ପରୀକ୍ଷାରେ କମ୍ ନମ୍ବର ରହିବାରୁ ବିଷ ପିଇଲେ ଛାତ୍ର: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Advertisment
ପରୀକ୍ଷାରେ କମ୍ ନମ୍ବର ରହିବାରୁ ବିଷ ପିଇଲେ ଛାତ୍ର: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବେତନଟୀସଦର: ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ହେବାର ମାତ୍ର କେଇ ଘଣ୍ଟା ପରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ଛାତ୍ର ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ପୁରୁଣାପାଣି ଗ୍ରାମରୁ ଆସିଛି ଏହି ଅଭାବନୀୟ ଖବର।

ସୂଚନା ଅନୁଯାଇ ଏହି ଗ୍ରାମର ରାମଜୀବନ ସିଂଙ୍କ ୧୬ ବର୍ଷୀୟ ପୁଅ ରାଜେଶ ନିଜ ମାମୁଁ ଘର ଅଙ୍ଗାରଗଡ଼ିଆରେ ରହି ଦୀନବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ସେ ଅଧିକ ନମ୍ବର ଆଶା କରିଥିଲେ ବି ଗ୍ରେଡ୍‌। ମାତ୍ର ୨୪୨ ମାର୍କ ରଖି ଡି ଗ୍ରେଡ଼ରେ ପାସ କରିଥିବାରୁ ରେଜଲ୍ଟ ବାହାରିବା ପରେ ତାକୁ ଶକ୍ତ ଧକ୍କା ଲାଗିଥିଲା। ଫଳରେ ମାନସିକ ଭାରସ୍ୟାମ ହରାଇ ଘରେ କେହି ନଥିବାର ସୁଯୋଗ ନେଇ ଘରେ ଗଛରେ ପଡ଼ିବାକୁ ଥିବା ପେଷ୍ଟିସାଇଡ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ତୁରନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଜେଶକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe