ନିମାପଡ଼ା: ନିମାପଡ଼ା ଶିକ୍ଷାମଣ୍ଡଳ ଅଧୀନସ୍ଥ ଅରିଲୋ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ସ୍କୁଲ୍ର ପାଇଖାନା ସଫା କାର୍ଯ୍ୟରେ ଲଗା ଯାଇଥିବା ଅଭିଯୋଗ ହୋଇଛି। ଏହି ଦୃଶ୍ୟର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଅନ୍ୟପକ୍ଷରେ ନିମାପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା, ଅତିରିକ୍ତ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ସ୍ବାଇଁଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସ୍ବାଇଁ ଆସନ୍ତାକାଲି ତଦନ୍ତ କରିବାକୁ ଅରିଲୋ ପ୍ରାଥମିକ ବିଦ୍ୟାଳୟକୁ ଯିବେ ବୋଲି ସୂଚନା ଦେଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ଗତ ଶନିବାର ଦିନ ସକାଳୁଆ ସ୍କୁଲ୍ ଥିଲା। ପିଲାମାନେ ସକାଳୁ ସ୍କୁଲ୍ ଆସିବା ପରେ ଶିକ୍ଷକ କିଛି ଛାତ୍ରୀଙ୍କୁ ପାଇଖାନା ସଫା କାର୍ଯ୍ୟରେ ଲଗାଇ ଦେଇଥିଲେ। ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ବାଲ୍ଟିରେ ପାଣି ବୋହି ପାଇଖାନା ସଫା କରୁଥିବା ଫଟୋରୁ ଜଣାପଡ଼ିଛି।
ପ୍ରାଥମିକ ବିଦ୍ୟାଳୟରେ ପାଇଖାନା ସଫା କଲେ ଛାତ୍ରୀ
Advertisment
Follow Us