ମୋବାଇଲ ଦେଖିବାକୁ ବାରଣ କରିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ଗୁଜରାଟ: ୫ ବର୍ଷରେ ଆତ୍ମହତ୍ୟା କଲେଣି ୩୦୦୦ ଛାତ୍ରଛାତ୍ରୀ

The New Indian Express

ଆନନ୍ଦପୁର : ମୋବାଇଲ ମାଧ୍ୟମରେ ପାଠପଢା ସହିତ ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ କରୁଥିଲେ ଛାତ୍ର। ଅଧିକସମୟ କାହିଁକି ମୋବାଇଲ ଦେଖୁଛୁ ବୋଲି ଘରେ ଆକଟ କରିବାରୁ ଅପମାନିତ ମ‌ନେକରି ଘର ଭିତରରେ ରଶି ଲଗାଇ ଆତ୍ମହତ୍ୟା କରିଛି ଜଣେ ମେଧାବୀ ଛାତ୍ର। ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ ଏଭଳି ଘଟଣା ଶୋକାକୁଳ ପରିବେଶ ସୃଷ୍ଟିକରିଛି।

ସୂଚନା ଅନୁସାରେ ଗ୍ରାମର କାଳନ୍ଦୀ ଜେନାଙ୍କ ପୁଅ ଲିଟେସ୍ ଜେନା ଆନନ୍ଦପୁର ମହାବିଦ୍ୟାଳୟରେ ଯୁକ୍ତ ୩ରେ ଅଧ୍ୟୟନ କରୁଥିଲେ। ସେ ଘରେ ଅନେକ ସମୟରେ ମୋବାଇଲ ଦେଖୁଥିଲେ। ସେ ପାଠପଢ଼ା ପାଇଁ ମୋବାଇଲ୍‌ ବ୍ୟବହାର କରୁଥିବା ବେଳେ ପରିବାର ଲୋକ ଏହା ବୁଝି ନପାରି ତାଙ୍କୁ ଆକଟ କରୁଥିଲେ। ଏହା ସହି ନପାରି ଆଜି ଦିନ ବେଳା ଘରେ କେହି ନଥିବାବେଳେ ଲିଟେସ୍ ଘରଭିତରେ ଝୁଲି ପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଆନନ୍ଦପୁର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe