ଅସହ୍ୟ ହେଲା ସହପାଠୀ, ହଷ୍ଟେଲ ୱାର୍ଡେନ୍‌ଙ୍କ ରାଗିଂ: ହଷ୍ଟେଲ୍‌ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

Advertisment

ବଲାଙ୍ଗୀର ପରି ଆଉ ଏକ ଘଟଣା, ବାପା, ମା’ଙ୍କ ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ

ବଲାଙ୍ଗୀର ପରି ଆଉ ଏକ ଘଟଣା, ବାପା, ମା’ଙ୍କ ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ

ଅସହ୍ୟ ହେଲା ସହପାଠୀ, ହଷ୍ଟେଲ ୱାର୍ଡେନ୍‌ଙ୍କ ରାଗିଂ: ହଷ୍ଟେଲ୍‌ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

Times of India - Indiatimes.com

ବାଲେଶ୍ବର : ଗତ ଏପ୍ରିଲ୍‌ ମାସ ୨୨ ତାରିଖରେ ରାଗିଂ ଯୋଗୁ ବଲାଙ୍ଗୀର ମେଡିକାଲ କଲେଜ ହଷ୍ଟେଲ ଛାତରୁ ଡେଇଁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାର କିଛିଦିନ ପରେ ବାଲେଶ୍ବରରେ ସମାନ ଘଟଣା ଘଟିଛି। ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ନିକଟ‌ରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜର ଜଣେ ଛାତ୍ରୀ ସହପାଠୀ ଓ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କଠାରୁ ରାଗିଂର ଶିକାର ହୋଇ ସାବିତ୍ରୀ ହଷ୍ଟେଲର ୪ ମହଲା ଛାତରୁ ଡେଇଁପଡ଼ି ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଛାତ୍ରୀଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗ୍ରାମର ପ୍ରତାପଚନ୍ଦ୍ର ବେହେରାଙ୍କ ଝିଅ ସାବିତ୍ରୀ ବେହେରା (୧୭)। ସେ ଉକ୍ତ କଲେଜରେ +୨ ବିଜ୍ଞାନ ଶେଷବର୍ଷର ଛାତ୍ରୀ ଥିଲେ। ମୃତକଙ୍କ ପରିବାର ଏ ନେଇ ଅଭିଯୋଗ ପରେ ବାଲେଶ୍ବର ସଦର ଥାନାରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

publive-image

ମୃତ ଛାତ୍ରୀଙ୍କ ମା’ ପଦ୍ମାବତୀ ବେହେରାଙ୍କ କହିବା ଅନୁଯାୟୀ, ଗତକାଲି ରାତି ୯ଟା ବେଳେ ସେ ତାଙ୍କ ଝିଅ ସହ କଥା ହୋଇଥିଲେ। ସେ ସମୟରେ ବେଶ୍‌ ଖୁସି ମିଞ୍ଜାସ୍‌ରେ ଥିଲା ଝିଅ। ପରେ ରାତି ପ୍ରାୟ ସାଢ଼େ ୧୦ଟାରେ ତା’ ବାପାଙ୍କ ମୋବାଇଲ୍‌କୁ ଫୋନ୍‌ କରି ହଷ୍ଟେଲରେ ରହୁଥିବା ଜଣେ ସହପାଠୀର ୨୦୦ ଟଙ୍କା ଚୋରି ହୋଇଥିବା ଏବଂ ସେଠାରେ ରହୁଥିବା ଅନ୍ୟ ୩ ଜଣ ସାଙ୍ଗ, ହଷ୍ଟେଲ୍‌ ୱାର୍ଡେନ୍‌ ଅଯଥାରେ ତାଙ୍କୁ ଏଥିପାଇଁ ଦାୟୀ କରୁଥିବା କହିଥିଲା। ଚୋରି କରିନଥିଲେ ବି କାଲି ସକା‌ଳୁ ୨୦୦ ଟଙ୍କା ପଠାଇଲେ ସେ ତାଙ୍କୁ ଦେବ ବୋଲି କାନ୍ଦିକାନ୍ଦି ବାପାଙ୍କୁ କହିଥିଲା ଝିଅ। ବାପା ପ୍ରତାପଚନ୍ଦ୍ର ବି ଝିଅକୁ ବୁଝାସୁଝା କରିଥିଲେ। ଏହାପରେ ରାତି ପ୍ରାୟ ଗୋଟାଏ ବେଳେ କଲେଜର ରମେଶ ସାର ନାମକ ଜଣେ ଶିକ୍ଷକ ପ୍ରତାପଚନ୍ଦ୍ରଙ୍କୁ ଫୋନ୍‌ କରି ତାଙ୍କ ଝିଅକୁ ବାଲେଶ୍ବର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଥିଲେ। ଏହାର କିଛିସମୟ ପରେ ହଷ୍ଟେଲ ୱାର୍ଡେନ୍‌ ଫୋନ୍‌ କରି ତାଙ୍କ ଝିଅ ଠିକ୍‌ ଥିବା ଜଣାଇଥିଲେ। ତେବେ ପରିବାର ଲୋକଙ୍କ ସନ୍ଦେହ ବଢ଼ିବାରୁ ଉକ୍ତ କଲେଜରେ ରହୁଥିବା
ଅନ୍ୟ ସାଙ୍ଗମାନଙ୍କୁ ସେମାନେ ଯୋଗାଯୋଗ କରିଥିଲେ। ହେଲେ, କେହି ଏ ବାବଦରେ ମୁହଁ ଖୋଲିନଥିଲେ। ହଷ୍ଟେଲର ୪ ମହଲା ଛାତରୁ ତଳକୁ ପଡ଼ିବା
ପରେ ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ପ୍ରଥମେ ବାଲେଶ୍ବର ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଗୁରୁବାର ଭୋରରୁ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ବାପା, ମା’।

ଝିଅର ଏଭଳି ଅପ୍ରତ୍ୟାଶିତ ମୃତ୍ୟୁକୁ ସହଜରେ ବିଶ୍ବାସ କରିପାରିନଥିଲେ ସାବିତ୍ରୀଙ୍କ ବାପା,ମା’ ଓ ଆତ୍ମୀୟସ୍ବଜନ। ଗୁରୁବାର ପୂର୍ବାହ୍ନରେ ସଦର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ହଷ୍ଟେଲରେ ତାଙ୍କ ଝିଅ ତୃତୀୟ ମହଲାରେ ରହୁଥିଲା ବେଳେ ତାକୁ ଚୋରି ଘଟଣାରେ ଯୋଡ଼ି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ମାଡ଼ ମାରିବା ସହ ଛାତ ଉପରକୁ ନେଇ ଠେଲି ଦେଇଥିବା ଅଭିଯୋଗ କରିଥିଲେ। ସଦର ଥାନା ଆଇଆଇସି ଅଶୋକ ନାୟକ ଘଟଣାସ୍ଥଳକୁ ଯାଇ ହଷ୍ଟେଲ ୱାର୍ଡେନ୍‌ ଓ ଅନ୍ୟ ଛାତ୍ରୀମାନଙ୍କୁ ପଚରାଉଚୁରା କରିଛନ୍ତି। ଏହାସହିତ ହଷ୍ଟେଲ ଚାରିପଟେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଜବତ କରି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି। କଟକ ଏସ୍‌ସିବିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ହଷ୍ଟେଲରେ ଟଙ୍କା ଚୋରିକୁ ନେଇ ସାଙ୍ଗମାନଙ୍କଠାରୁ ରାଗିଂର ଶିକାର ହୋଇ ଛାତ୍ରୀଜଣକ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କଲେଜର ଚେୟାରମ୍ୟାନ୍‌ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ ସ୍ବୀକାର କରିଛନ୍ତି।

ସଦର ଥାନାରେ ଏନେଇ କେସ୍‌ ନମ୍ବର ୧୫୦/୨୨, ୩୦୨ ଆଇପିସିରେ ହତ୍ୟା ମାମଲା ରୁଜୁ ହୋଇଥିବା ସଦର ଥାନା ଆଇଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe