ପିସିସି ସଭାପତି ପରିବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ନେତା ଦଳ ବିରୋଧୀ: ଛାତ୍ର କଂଗ୍ରେସ

Advertisment
କଡ଼ା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ : ୬ ଯୁବ ନେତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!

thesamikhsya.com

ଛାତ୍ର କଂଗ୍ରେସର ସୁପରିଚାଳନା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ
ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କମିଟି ଅଧ୍ୟକ୍ଷ

ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ହଟାଇବା ପାଇଁ ଯେଉଁମାନେ ଉଦ୍ୟମ କରୁଛନ୍ତି ସେମାନେ କଂଗ୍ରେସର ନୀତି ଆଦର୍ଶକୁ ବିରୋଧ କରୁଛନ୍ତି। ଏହାଦ୍ବାରା ସେମାନେ ଦଳକୁ କ୍ଷତି ପହଞ୍ଚାଉଛନ୍ତି। ଦଳପ୍ରତି ସେମାନଙ୍କର ଆନୁଗତ୍ୟ ନାହିଁ। ସ୍ଥାନୀୟ ରେଡକ୍ରସ୍ ଭବନରେ ଭୋଜି କରିବା ବାହାନାରେ କିଛି ଛାତ୍ର ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ପଦରୁ ହଟାଇବା ପାଇଁ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହାକୁ ବିରୋଧ କରି ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସ, ସୌମ୍ୟ ପ୍ରକାଶ ମିଶ୍ର, ନିରଞ୍ଜନ ନାୟକ ଓ ସମ୍ଭବ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଛାତ୍ର ନେତାଙ୍କ ଉପରେ ଖୁବ ବର୍ଷିଛନ୍ତି। ଅନ୍ୟପଟେ ଛାତ୍ର କଂଗ୍ରେସର ସୁପରିଚାଳନା ପାଇଁ ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟିରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଥିବାବେଳେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସ୍ବାଗତିକା ପଟ୍ଟନାୟକ ଓ ଜିନେଶ ଦାସ ସଭ୍ୟ ଭାବରେ କାର୍ଯ୍ୟ କରିବେ। ଏହି କମିଟିର ଆବାହକ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ମନୋଜ ବିଶ୍ବାଳଙ୍କୁ ମନୋନୀତ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ନେତା ଶ୍ରୀ ଦାସ କହିଥିଲେ, ରାଜ୍ୟ ଓ ଦେଶରେ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ଉତ୍କଟ ବେକାରି ସମସ୍ୟା ଓ ନାରୀ ନିର୍ଯାତନା, ଗଣଦୁଷ୍କର୍ମ ପ୍ରସଙ୍ଗରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ରେଡକ୍ରସ୍ ଭବନରେ ଏକାଠି ହୋଇଥିବା ଛାତ୍ରମାନେ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାନ୍ତି। ସେମାନଙ୍କର ଏହି ସାମ୍ବାଦିକ ସମ୍ମିଳନୀ ପଛରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ର କଂଗ୍ରେସ ପ୍ରଭାରୀ ମୋଥା ରୋହିତ ଓ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ଅଧ୍ୟକ୍ଷ ନିରଜ କୁନ୍ଦନଙ୍କ ପାଖରେ ଦାବି କରାଯିବ ବୋଲି ଶ୍ରୀ ଦାସ କହିଥିଲେ। ଅନ୍ୟପଟେ ଛାତ୍ର କଂଗ୍ରେସର ସୁପରିଚାଳନା ପାଇଁ ଗଠିତ କମିଟି ଆସନ୍ତା ୧୦ ତାରିଖ ମଙ୍ଗଳବାର ଦିନ ୧୧ଟା ସମୟରେ ପିସିସି କାର୍ଯ୍ୟାଳୟରେ ସମସ୍ତ ଛାତ୍ରନେତାମାନଙ୍କ ସହ ଆଲୋଚନା କରିବ ବୋଲି କମିଟି ଆବାହକ ଶ୍ରୀ ବିଶ୍ବାଳ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe