ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବିଇଡି ନାମଲେଖାରୁ ବଞ୍ଚିତ ନ କରିବାକୁ ଛାତ୍ର କଂଗ୍ରେସର ଦାବିପତ୍ର

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବିଇଡି ନାମଲେଖାରୁ ବଞ୍ଚିତ ନ କରିବାକୁ ଛାତ୍ର କଂଗ୍ରେସର ଦାବିପତ୍ର

ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ବିଇଡି ନାମଲେଖା ହୋଇପାରୁନାହିଁ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ସଂକ୍ରାନ୍ତୀୟ ଆନୁଷଙ୍ଗିକ କାଗଜପତ୍ର ଠିକ୍ ସମୟରେ ଦାଖଲ କରି ନପାରିବା ତଥା ଏନ୍‌ସିପିଏର ମାର୍ଗଦର୍ଶିକା ହିସାବରେ ସମସ୍ତ ତଥ୍ୟ ଠିକ୍ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦାଖଲ କରି ନପାରିବା ଯୋଗୁ ବଲାଙ୍ଗୀର ତଥା ଆଖପାଖ ଅଂଚଳର ଅନେକ ମେଧାବୀ ତଥା ଗରିବ ଛାତ୍ର ବିଇଡି ଶିକ୍ଷାରୁ ବଂଚିତ ହେଉଛନ୍ତି। ତେଣୁ ଏହାର ପ୍ରତିବାଦ କରି ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ଛାତ୍ର ଦଳ ସୋମବାର ବିଶ୍ୱବିଦ୍ୟାଳୟ କୁଳପତି ଉମାବଲ୍ଲଭ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେମାନେ ଦାବି କରିଛନ୍ତି ଯେ ରାଜ୍ୟରେ ବଲାଙ୍ଗୀର ଜିଲ୍ଲା ଏକ ଆର୍ଥିକ ଅନଗ୍ରସର ଜିଲ୍ଲା।

ଏଠାକାର ଛାତ୍ରମାନଙ୍କ ପାଇଁ ଉଚ୍ଚତର ଶିକ୍ଷା ପାଇଁ ଏଠାରେ ପର୍ଯ୍ୟାପ୍ତ ସୁବିଧା ନାହିଁ। ଏପରି ସ୍ଥଳେ ଏଠାରେ ଚାଲିଥିବା ବିଇଡି ପାଠ୍ୟକ୍ରମକୁ ବିଭିନ୍ନ ଆଳ ଦେଖାଇ ଏ ବର୍ଷ ପାଇଁ ବନ୍ଦ କରୁଥିବାରୁ ଏଠାକାର ଅନେକ ମେଧାବୀ ଓ ଗରିବ ଛାତ୍ର ବିଇଡି ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ତେଣୁ ଏନ୍‌ସିଟିଇ ଏପରି ଛାତ୍ର ବିରୋଧୀ ନୀତିକୁ ପ୍ରତ୍ୟାହାର କରି ଏ ବର୍ଷ ନାମଲେଖା ବନ୍ଦ ହେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ କୁଳପତି ଶ୍ରୀ ମହାପାତ୍ରଙ୍କୁ ଦାବି ଜଣାଇଛନ୍ତି। ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ମୁଖପାତ୍ର ନୀତୀଶ ପଧାନ, ସରୋଜ ପଧାନ, ମନୋରଂଜନ ବିଶ୍ୱାଲ, ସାନୁ ମନହୀରା, ରୋଶନ ପଣ୍ଡା, ରାକେଶ ମିଶ୍ର ଏବଂ ତାପସ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe