ଭୁବନେଶ୍ବର : ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନାଗରିକ ସଂଶୋଧନ ଆଇନକୁ ବିରୋଧ କରାଯାଇଛି। ଏହି ଅବସରରେ ସ୍ଥାନୀୟ କଂଗ୍ରେସ ଭବନରୁ ଏକ ମଶାଲ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପହଞ୍ଚିଥିଲା। ସେଠାରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ନେତା ଆଦିତ୍ୟ ପ୍ରିତମ ଦାସ, ନିରଞ୍ଜନ ଦାସ, ସୌମ୍ୟରଞ୍ଜନ ଜେନା, ବିଶ୍ବଜିତ୍ ଲେଙ୍କା, ସମ୍ଭବ ପଟ୍ଟନାୟକ, ଦେବାଶିଷ ମହାପାତ୍ର, ବ୍ରଜଭୂଷଣ ସାହୁ, ଅଲେଖ ବେହୁରା, ଦେବାଶିଷ ଜେନା, ଚନ୍ଦନ ବେହେରା, ସନ୍ତୋଷ ପ୍ରଧାନଙ୍କ ସମେତ ବହୁ ଛାତ୍ର କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁ ଅଂଶଗ୍ରହଣ କରିଥିଲେ।
ଛାତ୍ର କଂଗ୍ରେସ ପକ୍ଷରୁ ନାଗରିକ ସଂଶୋଧନ ଆଇନକୁ ବିରୋଧ
Advertisment
Follow Us