ରାଜ୍ୟ ସରକାରଙ୍କ ଚାକିରି ବିକ୍ରି ନୀତି ବିରୁଦ୍ଧରେ ଛାତ୍ର କଂଗ୍ରେସର ଦସ୍ତଖତ ଅଭିଯାନ

Advertisment
ରାଜ୍ୟ ସରକାରଙ୍କ ଚାକିରି ବିକ୍ରି ନୀତି ବିରୁଦ୍ଧରେ ଛାତ୍ର କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚାକିରି ବିକ୍ରି ନୀତି ବିରୋଧରେ ଶିକ୍ଷାନୁଷ୍ଠାନ ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ ହୋଇଯାଇଛି। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଭୁବନେଶ୍ୱରର ବାଣୀବିହାର, ମହର୍ଷି, କ୍ୟାପିଟାଲ ଲ’ କଲେଜ ଓ ରାଜଧାନୀ କଲେଜ ସମ୍ମୁଖରେ ଦସ୍ତଖତ ଅଭିଯାନ କରାଯାଇଥିଲା। ବିଶେଷ କରି ଷ୍ଟାଫ୍ ସିଲେକସନ୍ କମିସନରେ ହୋଇଥିବା ମହାଦୁର୍ନୀତି ବିରୁଦ୍ଧରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ମହର୍ଷି କଲେଜଠାରେ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ମେଧାବୀ ଛାତ୍ରମାନେ ନିଯୁକ୍ତି ପାଇଁ ଦିନରାତି ପାଠ ପଢ଼ି ପ୍ରସ୍ତୁତ ହୁଅନ୍ତି। ମାତ୍ର ନବୀନ ସରକାର ପରୀକ୍ଷା ଆଗରୁ ଚାକିରି ବିକି ଦିଅନ୍ତି। ନବୀନ ସରକାର ଏକ ଚାକିରି ବିକ୍ରେତା ସରକାର। ଷ୍ଟାଫ୍‌ ସିଲେକ୍‌ସନ କମିସନ ମହାଦୁର୍ନୀତିରେ କେବଳ ଜଣେ କିରାଣିକୁ ଧରି ନବୀନ ସରକାର ଆତ୍ମସନ୍ତୋଷ ନେଉଛି। ଅନ୍ୟ ସମସ୍ତ ଅପରାଧୀ ନବୀନ ବାବୁଙ୍କ ଛତ୍ରଛାୟା ତଳେ ନିର୍ଭୟରେ ଅଛନ୍ତି। ଷ୍ଟାଫ ସିଲେକ୍‌ସନ କମିସନର ଦୁର୍ନୀତିର ଚେର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି। ଭିଜିଲାନ୍ସ ବିଭାଗର ତୃତୀୟ ମହଲା ପର୍ଯ୍ୟନ୍ତ ହାତ ପାଇବ ନାହିଁ। ୨୧ବର୍ଷ ହେଲା ସମୁଦାୟ ସରକାରୀ ଚାକିରୀର ୯୦ ପ୍ରତିଶତ ନବୀନ ସରକାର ବିକି ଦେଇଛନ୍ତି। ବେକାର ଯୁବକଯୁବତୀମାନଙ୍କୁ ନ୍ୟାୟ ଦେବା, ଏ ସମସ୍ତ ଦୁର୍ନୀତିରେ ସଂପୃକ୍ତ ଉଚ୍ଚପଦସ୍ଥ ଅଫିସର ଓ ରାଜନେତାଙ୍କୁ ଦଣ୍ଡିତ କରିବା ସହ ଷ୍ଟାଫ୍ ସିଲେକସନ୍ କମିସନର ଅଧ୍ୟକ୍ଷଙ୍କୁ ବହିଷ୍କାର କରାଯାଇ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସଂଗଠନ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ନିହାର ବେହେରା, ରଞ୍ଜିତ ସେନାପତି, କାର୍ତ୍ତିକ କାଣ୍ଡି, ବିଶ୍ୱଭୂଷଣ ମହାପାତ୍ର, ଅଭିରାମ ଗୌଡ଼, ଅବିନାଶ ନନ୍ଦ, ଶାହରୁଖ ଖାନ୍‌, ମଧୁସ୍ମିତା ସାହୁ, ଭାଗ୍ୟଶ୍ରୀ ମହାନ୍ତି, ନିତେଶ ରଞ୍ଜନ ବେହେରା, ଅଶ୍ୱିନୀ ଆନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe