କ୍ରିକେଟ୍ ଖେଳ ବେଳେ ଗଣ୍ଡଗୋଳ, ନାବାଳକ ବ୍ୟାଟରେ ପିଟିବାରୁ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

Advertisment
କ୍ରିକେଟ୍ ଖେଳ ବେଳେ ଗଣ୍ଡଗୋଳ, ନାବାଳକ ବ୍ୟାଟରେ ପିଟିବାରୁ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ବ୍ୟାଟ୍‌ରେ ପିଟି ଜଣେ ନାବଳକକୁ ଆଉ ଜଣେ ନାବାଳକ ମାରିଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ଆଠଟା ବେଳେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖରିଡ଼ା ଗାଁରେ କେତେକ ଛାତ୍ର ଆମ୍ବ ତୋଟାରେ କ୍ରିକେଟ୍ ଖେଳୁଥିଲେ। ଖେଳ ଚାଲିଥିବା ବେଳେ କୌଣସି କଥାକୁ ନେଇ ପିଲାମାନଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ କ୍ରିକେଟ୍ ଖେଳୁଥିବା ନାବାଳକ ସଞ୍ଜୟ ବେହେରା(୧୩) ସେଠାରେ ବସିଥିବା ବିଭୁ ସେଠୀ (୧୩)କୁ ବ୍ୟାଟ୍‌ରେ ପିଟିଥିଲା।

ସଞ୍ଜୟ ବିଭୁର କାନ ପାଖରେ ଜୋରରେ ଆଘାତ କରିଥିଲା । ଏହାଫଳରେ ଘଟଣାସ୍ଥଳରେ ହିଁ ବିଭୁର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ବିଭୁର ଜେଜେ ବିଜୟ ସେଠୀ ହିଞ୍ଜିଳିକାଟୁ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହା ସହିତ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରର ଏମକେସିଜି ହସ୍ପିଟାଲକୁ ପଠାଇଛି। ଅଭିଯୁକ୍ତ ସଞ୍ଜୟ ବେହେରାକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
ମୃତ ବିଭୁ ଖରିଡ଼ା ଗାଁର କେଶବ ସେଠୀଙ୍କ ପୁଅ ଓ ସେ ହିଞ୍ଜିଳିକାଟୁ ବ୍ଳକ୍ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe