ବାଲିଆପାଳ: ସାଙ୍ଗମାନଙ୍କ ସହ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଦଶମ ଶ୍ରେଣୀ ଛାତ୍ର ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଶଶୀକାନ୍ତ ଦାସଙ୍କ ପୁଅ ମୃତ୍ୟୁଞ୍ଜୟ(୧୫)। ଅପରାହ୍ନରେ ସ୍ଥାନୀୟ ଉଦ୍ଧାରକାରୀ ଦଳ ମୃତ୍ୟୁଞ୍ଜୟଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ଆଜି ସକାଳ ୧୦ଟା ସମୟରେ ମୃତ୍ୟୁଞ୍ଜୟ ସାଙ୍ଗମାନଙ୍କ ସହ ମିଶି ଗ୍ରାମ ପାଖ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ମୃତ୍ୟୁଞ୍ଜୟ ହଠାତ୍ ବୁଡ଼ି ଯାଇଥିଲେ। ମୃତ୍ୟୁଞ୍ଜୟଙ୍କୁ ସ୍ଥାନୀୟ ଲୋକେ ଖୋଜାଖୋଜି କରି ବିଫଳ ହୋଇଥିଲେ। ବାଲିଆପାଳ ଦମକଳ ବାହିନୀ ଅପରାହ୍ନ ପ୍ରାୟ ଦୁଇଟା ସମୟରେ ମୃତ୍ୟୁଞ୍ଜୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏନେଇ ବାଲିଆପାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଗାଧୋଇବାକୁ ଯାଇ ଛାତ୍ର ମୃତ
Advertisment
Follow Us