ସାପକାମୁଡ଼ାରେ ହଷ୍ଟେଲ ଛାତ୍ରୀ ମୃତ

Advertisment
ବିଏସ୍‌ଏଫ୍ ଯବାନଙ୍କୁ କାମୁଡ଼ିଲା ସାପ, ଡାକ୍ତରଖାନାରେ ଭର୍ତ୍ତି

iStock

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବ୍ଲକ ଦର୍ପଙ୍ଗିଆ ରେସିଡେନଷ୍ଟିଆଲ ସ୍କୁଲରେ ଜଣେ ଛାତ୍ରୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି | ରବିବାର ରାତିରେ ହଷ୍ଟେଲରେ ଶୋଇଥିବା ସମୟରେ ଏକ ଚିତି ସାପ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କାମୁଡି ଦେଇଥିଲା | ସେ ଚିତ୍କାର କରିବା ପରେ ସମସ୍ତେ ନିଦରୁ ଉଠିଯାଇଥିଲେ ।

ପିଲାମାନେ ସାପଟିକୁ ଦେଖି ମାରିଦେଇଥିଲେ । ହଷ୍ଟେଲର କର୍ମଚାରୀମାନେ ଝିଅ ରିଧି ପ୍ରଧାନଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଆଣିବା ସହ ତାଙ୍କ ବାପା ଗୋବରସିଂ ପ୍ରଧାନକୁ ସୂଚନା ଦେଇଥିଲେ । ପରିବାର ଲୋକ ପହଂଚିଥିଲେ | ତେବେ ଚିକିତ୍ସା ସମୟରେ ସକାଳ ପ୍ରାୟ ୬ଟାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ମେଡ଼ିକାଲରେ କାନ୍ଦ ବୋବାଳି ସହ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe