ସ୍କୁଲ୍‌ ଫଳକ ନେଲା ଛାତ୍ର ଜୀବନ : ବିଇଓଙ୍କୁ ରିପୋର୍ଟ ତଲବ, ପ୍ରଧାନଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

Advertisment
ସ୍କୁଲ୍‌ ଫଳକ ନେଲା ଛାତ୍ର ଜୀବନ : ବିଇଓଙ୍କୁ ରିପୋର୍ଟ ତଲବ, ପ୍ରଧାନଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

ପୁରୁଷୋତ୍ତମପୁର/ବ୍ରହ୍ମପୁର : ଦୀର୍ଘଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ଥିବା ଏକ ସୂଚନାଫଳକ ଭୁଶୁଡ଼ି ପଡ଼ିବାରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଶ୍ୟାମ ଦାସ ଗୁରୁତର ଆହତ ହୋଇଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୬ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁଃଖଦ ଘଟଣାରେ ବିଦ୍ୟାଳୟ ଓ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରଶାସନ ପକ୍ଷରୁ ବ୍ଲକ୍‌ ଶିକ୍ଷାଧିକାରୀ (ବିଇଓ)ଙ୍କୁ ରିପୋର୍ଟ ତଲବ କରାଯାଇଥିବାବେଳେ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ କ‌ାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ସୂଚନା ଅନୁସାରେ, ୧ଲକ୍ଷ ୬୫ହଜାର ଟଙ୍କା ବ୍ୟୟରେ ଆଙ୍ଗୁ ପ୍ରାଥମିକ ବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ କରାଯାଇଛି। ପାଚେରି ନିର୍ମାଣ ସଂକ୍ରାନ୍ତରେ ବିଦ୍ୟାଳୟ ଖେଳପଡ଼ିଆରେ ଏକ ସୂଚନା ଫଳକ ଲଗାଯାଇଥିଲା। ଗତକାଲି ଅପରାହ୍ନ ପ୍ରାୟ ୧ଟା ୫୦ରେ ସୂଚନାଫଳକ ନିକଟରେ ଶ୍ୟାମଙ୍କ ସହ ୪ଜଣ ଛାତ୍ର ଖେଳୁଥିବା ‌ବେଳେ ଫଳକଟି ଭୁଶୁଡି ପଡିଥିଲା। ବୁଧିଆ ଦାସଙ୍କ ପୁଅ ଶ୍ୟାମ ଉପରେ ଉକ୍ତ ଫଳକ ସହ କଂକ୍ରିଟ୍ ଓଜାଡ଼ି ହୋଇପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe