ସୁନ୍ଦରଗଡ଼ : ରୁବେଲା ପ୍ରତିଷେଧକ ଟିକା ନେଇ ଅସୁସ୍ଥ ହୋଇଥିବା ବଡ଼ଗାଁ ବ୍ଲକ ଇତ୍ମା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଠାକୁର ଜୟପୁରୀଆ (୧୪)ଙ୍କର ଆଜି ମୃତ୍ୟୁ ହୋଇଛି। ମୃତ ଠାକୁରଙ୍କ ବାପା ଓ ମା’ ସାଲେବିରା ନକଟି ଗ୍ରାମର ରୁପନ ଓ ଡାଳିମ୍ବ ଜୟପୁରୀଆଙ୍କ ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ସ୍କୁଲରୁ ଟିକା ନେବା ପରେ ଠାକୁର ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ୮ ତାରିଖ ସକାଳେ ଠାକୁରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ଗତ ୧୧ ତାରିଖରେ ଠାକୁରଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଠାକୁର ଆଜି ସକାଳ ପ୍ରାୟ ୮ଟାରେ ଆଖି ବୁଜିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us