Advertisment

ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଅନ୍ତେବାସୀ ଛାତ୍ର ମୃତ

Advertisment
ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଅନ୍ତେବାସୀ ଛାତ୍ର ମୃତ

ବାଲେଶ୍ଵର: ଚାନ୍ଦିପୁର ଥାନା ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଅନ୍ତେବାସୀ ଉପରେ ପକ୍କା ପାଣିଟାଙ୍କି ପଡ଼ିବା ଫଳରେ ତାର ମୃତ୍ୟୁ ହୋଇଯାଇଛି। ମୃତ ଅନ୍ତେବାସୀ ହେଲେ ନାରାୟଣ ଟୁଡୁ(୧୦)। ଖୋର୍ଦ୍ଧା ଜିଲ୍ଲା ଅଧୀନ ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁତ୍ର ନାରାୟଣ ଚତୁର୍ଥ ଶ୍ରେଣୀରେ ପଢୁଥିଲେ।

ସକାଳେ ଜଳଖିଆ ଖାଇ ସେ ହାତ ଧୋଇବାକୁ ଅନ୍ୟ ଅନ୍ତେବାସୀଙ୍କ ସହ ଯାଇଥିଲେ। ହାତ ଧୋଇବା ସମୟରେ ହଠାତ୍ ସିମେଣ୍ଟ ତିଆରି ପାଣିକୁଣ୍ଡ ଭୁଶୁଡ଼ି ତଳକୁ ପଡ଼ିଥିଲା। ଅନ୍ୟ କିଛି ଅନ୍ତେବାସୀ ସାମାନ୍ୟ ଆହତ ହୋଇଥିବା ବେଳେ ନାରାୟଣ ଉପରେ କୁଣ୍ଡ ପଡ଼ିଥିଲା। ତା'ର ମୁଣ୍ଡ, ଗୋଡ଼ରେ ଆଘାତ ଲାଗିଥିଲା। ତାକୁ ବାଲେଶ୍ଵର ଡାକ୍ତରଖାନା ଅଣା ଯାଇଥିଲା। ଡାକ୍ତର ନାରାୟଣକୁ ମୃତ ଘୋଷଣା କରିଥିଲେ। ନାରାୟଣର ପରିବାରକୁ ଖବର ଦିଆଯାଇଛି। ସେମାନେ ଭୁବନେଶ୍ୱରରୁ ପହଞ୍ଚି ନଥିବା ଜଣାପଡ଼ିଛି।

ଚାନ୍ଦିପୁର ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ନାରାୟଣ ମୃତ୍ୟୁ ବାବଦରେ ସ୍କୁଲ କର୍ତ୍ତୃପକ୍ଷ ରବୀନ୍ଦ୍ର ବାରିକଙ୍କୁ ପଚାରିବାରୁ ପିଲା ହାତ ଧୋଉଥିବା ବେଳେ ପାଣିଟାଙ୍କି ଉପରୁ ତଳକୁ ଭୁଶୁଡ଼ି ପଡ଼ିଲା। ଫଳରେ ପିଲାଟି ଉପରେ ଟାଙ୍କି ପଡ଼ିବାରୁ ତା'ର ମୃତ୍ୟୁ ହେଲା ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe