ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ପରୀକ୍ଷାର୍ଥୀ

Advertisment
ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ପରୀକ୍ଷାର୍ଥୀ

ବଲାଙ୍ଗୀର: ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଜଣେ ପରୀକ୍ଷାର୍ଥୀ ଜୀବନ ହାରିଥିବା ଭଳି ଦୁଃଖଦ ଖବର ମିଳିଛି। କାମାକ୍ଷୀନଗର ବିଶ୍ୱାତ୍ମା ବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ସୂଚନାରୁ ଜଣାଯାଇଛି। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ବିନାୟକ ପ୍ରଧାନ। ଆଜି ସେ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତେ। ହେଲେ ବିଳମ୍ବିତ ରାତିରେ ସେ ରହୁଥିବା ହଷ୍ଟେଲର ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସେ ଗାମୁଛା ଲଗାଇ ଝୁଲିପଡ଼ିଥିବା ଆଜି ସକାଳେ ଅନ୍ୟ ଛାତ୍ରମାନେ ଦେଖିବାକୁ ପାଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରୀକ୍ଷା ଚାପରେ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe