ଟିଉସନରୁ ଫେରୁଥିବା ବେଳେ ଚଢ଼ିଗଲା ହାଇୱା: ନବମ ଶ୍ରେଣୀ ଛାତ୍ରୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Advertisment
ଟିଉସନରୁ ଫେରୁଥିବା ବେଳେ ଚଢ଼ିଗଲା ହାଇୱା: ନବମ ଶ୍ରେଣୀ ଛାତ୍ରୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା: ହାଇୱା ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ। ମୃତ ଛାତ୍ରୀ ହେଉଛନ୍ତି ଡେରାବିଶ ବ୍ଲକ୍ ଅନ୍ତର୍ଗତ ବସପୁରର ସୁବାସ ଲେଙ୍କାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଲେଙ୍କା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଲକ୍ଷ୍ମୀପ୍ରିୟା ନିଜ ଗାଁକୁ ସାଇକେଲରେ ଟିଉସନରୁ ଫେରୁଥିବା ବେଳେ ହାଇୱାଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱା ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ମାଡ଼ ମାରି ତାକୁ ପୁଲିସ ଜିମାରେ ଦେଇଥିଲେ। ଏଣେ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।
ଖବର ପାଇ ଏସଡିପିଓ ରାଜୀବଲୋଚନ ପଣ୍ଡା, ମାର୍ଶାଘାଇ ଥାନା ଅଧିକାରୀ ପ୍ରଦୀପ କୁମାର କାନୁନଗୋ ଓ ସଦର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe