ନଦୀରେ ବୁଡ଼ି ଛାତ୍ର ମୃତ

Advertisment
ନଦୀରେ ବୁଡ଼ି ଛାତ୍ର ମୃତ

Hindustan Times

କ.ନୂଆଗାଁ : ଆଜି ସକାଳ ୯ଟା ବେଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ସେନୀ ନଦୀ ସଂଯୁକ୍ତ ହ୍ରଦ‌ରେ ଗାଧୋଉଥିବା ବେଳେ ଷଷ୍ଠ‌ ‌ଶ୍ରେଣୀର ଛାତ୍ର ଚନ୍ଦନ ପରିଚ୍ଛା ବୁଡ଼ି ଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଦୁଇ ଦିନ ତଳେ ବାଡ଼ାପାଙ୍ଗା ଗ୍ରାମର ବିଦେଶୀ ପରିଚ୍ଛା, ସ୍ତ୍ରୀ ଓ ପୁଅ ଚନ୍ଦନକୁ ନେଇ ନେଡ଼ିଗୁଡ଼ା ଗ୍ରାମରେ ରହୁଥିବା ସମ୍ପର୍କୀୟ ବରୁଣ ବେହେରାଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଆଜି ସକାଳେ ଚନ୍ଦନ ସାଙ୍ଗମାନଙ୍କ ସହ ଗାଧୋଇବାକୁ ସେନୀ ନଦୀକୁ ଯାଇଥିଲେ। ହେଲେ, ଗୋଡ଼ ଖସିଯିବାରୁ ଗଭୀର ଜଳରେ ବୁଡ଼ି ଯାଇଥିଲେ। ତୁରନ୍ତ ଚନ୍ଦନଙ୍କୁ ପାଣିରୁ ଉଦ୍ଧାର କରି କ.ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ହେଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe