ଦେଓଗାଁ: ବିଦ୍ୟାଳୟକୁ ଦଣ୍ଡମୁକ୍ତ କରି କରିଛନ୍ତି ସରକାର। ହେଲେ ଜଣେ ବିଶୃଙ୍ଖଳା ଆଚରଣ କରୁଥିବା ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଜଣେ ଛାତ୍ରର ମୁଣ୍ଡ ଫାଟିଥିବାର ଜଣାପଡ଼ିଛି। ଏନେଇ ମୁଣ୍ଡ ଫାଟିଥିବା ଛାତ୍ରଙ୍କର ବାପା ଶିକ୍ଷା ବିଭାଗଠାରେ ଗୁହାରି କରିବା ପରେ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି।
ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଶଣ୍ଡ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଗତକାଲି ଶ୍ରେଣୀ କୋଠରୀ ଭିତରେ ପାଠ ପଢ଼ାଉଥିବା ସମୟରେ ସମୃକ୍ତ ଶିକ୍ଷକଜଣଙ୍କ ରାଗରେ ଛାତ୍ରଙ୍କୁ ଲକ୍ଷ କରି ଡଷ୍ଟର ଫିଙ୍ଗିବାରୁ ମୁଣ୍ଡରେ ବାଜି ରକ୍ତସ୍ରାବ ହୋଇଥିଲା। ଏନେଇ ଛାତ୍ରଜଣଙ୍କ ନିଜ ଘରେ ଜଣାଇବା ପରେ ତାଙ୍କ ପରିବାର ଲୋକେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ କରି ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ଦେଓଗାଁ ବିଇଓ ମମତା ମହାଡିକଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଫାଟିଲା ଛାତ୍ରର ମୁଣ୍ଡ
Advertisment
Follow Us