Student kidnapped: ଫ୍ରି-ଫାୟାର୍‌ ଗେମ୍‌ ଖେଳି ଛାତ୍ର ଅପହରଣର ଶିକାର: ପଶ୍ଚିମବଙ୍ଗରୁ କଲ୍‌ କରି ଘରକୁ ଜଣାଇଲେ

Advertisment

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅନ୍ତର୍ଗତ କ୍ରାଣ୍ଡିବାଲି ପଞ୍ଚାୟତ କେଉଟମାରି ଗ୍ରାମର ଦଶମ ଶ୍ରେଣୀ ଛାତ୍ର ମିଟୁ ମହାକୁଡ଼ ଫ୍ରି-ଫାୟାର୍‌ ଗେମ୍‌ ଖେଳୁ ଖେଳୁ ଅପହରଣର ଶିକାର ହୋଇଛନ୍ତି। ଆଜି ସକାଳେ ସେ ପଶ୍ଚିମବଙ୍ଗର ନବଦୀପ୍‌ ସହରରୁ ପରିବାର....

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅନ୍ତର୍ଗତ କ୍ରାଣ୍ଡିବାଲି ପଞ୍ଚାୟତ କେଉଟମାରି ଗ୍ରାମର ଦଶମ ଶ୍ରେଣୀ ଛାତ୍ର ମିଟୁ ମହାକୁଡ଼ ଫ୍ରି-ଫାୟାର୍‌ ଗେମ୍‌ ଖେଳୁ ଖେଳୁ ଅପହରଣର ଶିକାର ହୋଇଛନ୍ତି। ଆଜି ସକାଳେ ସେ ପଶ୍ଚିମବଙ୍ଗର ନବଦୀପ୍‌ ସହରରୁ ପରିବାର....

free fire

Photograph: (The Daily Beast)

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅନ୍ତର୍ଗତ କ୍ରାଣ୍ଡିବାଲି ପଞ୍ଚାୟତ କେଉଟମାରି ଗ୍ରାମର ଦଶମ ଶ୍ରେଣୀ ଛାତ୍ର ମିଟୁ ମହାକୁଡ଼ ଫ୍ରି-ଫାୟାର୍‌ ଗେମ୍‌ ଖେଳୁ ଖେଳୁ ଅପହରଣର ଶିକାର ହୋଇଛନ୍ତି। ଆଜି ସକାଳେ ସେ ପଶ୍ଚିମବଙ୍ଗର ନବଦୀପ୍‌ ସହରରୁ ପରିବାର ଲୋକଙ୍କୁ ଫୋନ୍‌ କରି କିଛି ଯୁବକ ତାଙ୍କୁ ଅପହରଣ କରିଥିବା ଜଣାଇଛନ୍ତି। ବାପା ରାଜୀବ ମହାକୁଡ଼ ଓ ମାଆ ନଳିନୀ ଗୋଚ୍ଛାପଡ଼ା ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି। ମିଟୁ ଅଧିକାଂଶ ସମୟରେ ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ଖେଳୁଥାଏ। ଗତ ୩ ତାରିଖରେ ହଠାତ୍‌ ସେ ନିଖୋଜ ‌ହୋଇଯିବାରୁ ପରିବାରବର୍ଗ ଖୋଜା‌ଖୋଜି କରି ପାଇ ନ ଥିଲେ। ଆଜି ସକାଳେ ହଠାତ୍‌ ମିଟୁ କଲ୍‌ କରି ତାକୁ ଅପହରଣ କରାଯାଇଥିବା କହିଥିଲେ।

ଫ୍ରି-ଫାୟାର୍‌ ଗେମ୍ ଖେଳି ସେ ଏକ ଗାଡ଼ି ଜିତିଥିଲେ। ଅପହରଣକାରୀ ତାଙ୍କୁ ଫୁଲବାଣୀ ଡାକି ଏହାକୁ ନେବାକୁ କହିଥିଲେ। ସେ ବସ୍‌ ଯୋଗେ ଫୁଲବାଣୀରେ ପହଞ୍ଚିବା ପରେ ‌ଅପହରଣକାରୀ କୁଆଡ଼େ ନେଇଗଲେ। ଆଖି ଖୋଲିବା ବେଳକୁ ସେ ନବଦୀପ୍ ଷ୍ଟେସନରେ ଥିଲେ। ସେଠାରୁ ଅଟୋ ଯୋଗେ ତାଙ୍କୁ ଅନ୍ୟ କେଉଁଆଡ଼େ ନେଉଥିବା କହି ମିଟୁ ମୋବାଇଲ୍‌ କଲ୍‌ କାଟିଦେଇଥିଲେ। ତେବେ ମିଟୁଙ୍କୁ ଅପହଣକାରୀମାନେ କୁଆଡ଼େ ନେଇଛନ୍ତି, ଏବେ ସେ କେଉଁଠି ଅଛନ୍ତି, ତାହା ସ୍ପଷ୍ଟ ହୋଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe