ଟ୍ରେନ ଧକ୍କାରେ ଛାତ୍ର ମୃତ

Advertisment
ଟ୍ରେନ ଧକ୍କାରେ ଛାତ୍ର ମୃତ

ଚଣ୍ଡିଖୋଲ : ଟ୍ରେନ୍‌ ଧକ୍କାରେ ଆଜି ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିଚନ୍ଦ୍ରପୁର ଗ୍ରାମର ମନ୍ଦିର ପୂଜକ ସୁକାନ୍ତ ପାଢ଼ୀଙ୍କ ବଡ଼ପୁଅ ସତ୍ୟସ୍ବରୂପ(୧୮)ଙ୍କର ମୃତ୍ୟୁ ହୋଇଯାଇଛି। ସତ୍ୟସ୍ବରୂପ ଆଜି ଦିନ ପ୍ରାୟ ୧୨ ଟାରେ ପତରାଜପୁର ନିକଟରେ ଥିବା ହରିଦାସପୁର-ପାରାଦ୍ୱୀପ ରେଳ ପଥ ଉପରକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ଟ୍ରେନ୍‌ ଧକ୍କା ଦେବାରୁ ସେ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ନେଇ ପ୍ରଥମେ ନିକଟସ୍ଥ ନଡ଼ିଆ ସାହାସପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ସତ୍ୟସ୍ବରୂପଙ୍କୁ ତାଙ୍କ ପରିବାର ଲୋକେ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରକାଶ ଯେ, ସତ୍ୟସ୍ବରୂପ ସାହାସପୁର କଲେଜରେ ଧନ୍ଦା ମୂଳକ ଶିକ୍ଷାରେ ପଢ଼ୁଥିଲେ। ଗତ ୧୧ ତାରିଖରେ ସେ ଶେଷବର୍ଷ ଫାଇନାଲ ପରୀକ୍ଷା ଦେଇଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe