ଦୁଷ୍କର୍ମ ଅଭିଯୋଗରେ ଛାତ୍ରନେତା ଗିରଫ, ହୋଟେଲକୁ ଟେକିନେଇ ଦୁଷ୍କର୍ମ କରିଥିଲେ

ହୋଟେଲ ସିଲ୍‌ କରିବାକୁ ଚିଠି କଲା ପୁଲିସ

ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

ପୁରୀ: ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ଟେକିନେଇ ହୋଟେଲରେ ବାରମ୍ବାର ଦୁଷ୍କର୍ମ କରିବା ଓ ତାଙ୍କୁ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ମାଡ଼ ମାରିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଛାତ୍ର କଂଗ୍ରେସ ନେତା ଷ୍ଟିଫେନ୍‌ ଜୋସେଫ୍‌ (୧୯)ଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ସମ୍ପୃକ୍ତ ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି କୁମ୍ଭାରପଡ଼ା ଥାନା ପୁଲିସ ୩୯/୨୩ ନମ୍ବର ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଘୋଡ଼ାବଜାର ଷ୍ଟେସନ ରୋଡ୍‌ର ଷ୍ଟିଫେନ୍‌ଙ୍କୁ ଆଜି କୋର୍ଟଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ପୁରୀ ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଗତ ୧୨ ତାରିଖ ଅପରାହ୍ନ ସାଢ଼େ ତିନିଟା ସମୟରେ ତାଙ୍କ ଓଡି-୧୩-ଏଲ୍‌-୪୨୬୦ ନମ୍ବର ବିଶିଷ୍ଟ ସ୍କୁଟିରେ ପେଟ୍ରୋଲ ପକାଇବାକୁ ପେଣ୍ଠକଟା ଆଡ଼କୁ ଯାଉଥିଲେ। ଏହିସମୟରେ ପୂର୍ବ ପରିଚିତ ତଥା ଛାତ୍ର କଂଗ୍ରେସ ନେତା ଜୋସେଫ ତାଙ୍କୁ ଜବରଦସ୍ତ ଅଟକାଇ ସେହି ସ୍କୁଟିରେ ନେଇଯାଇଥିଲେ। ଏହିସମୟରେ ଯୁବତୀଙ୍କ ସମ୍ପର୍କୀୟ ଭାଇ ସ୍ବାଗତ ରାଉତରାୟ ସେଠାରେ ପହଞ୍ଚି ଜୋସେଫ୍‌ଙ୍କୁ ଅଟକାଇବାରୁ ଚେଷ୍ଟା କରିଥିଲେ। ମାତ୍ର, ତାଙ୍କୁ ଆକ୍ରମଣ କରିବା ସହିତ ଯୋଶେଫ୍‌ ଏହି ଯୁବତୀଙ୍କୁ ପୁରୀ ବସ୍‌ଷ୍ଟାଣ୍ଡ ପାଖରେ ଥିବା ଦାସ ଆଣ୍ଟ ଦାସ ହୋଟେଲକୁ ନେଇଯାଇଥିଲେ। ଏହି ହୋଟେଲର ୨୦୪ ନମ୍ବର ରୁମ୍‌ରେ ପୂରାଇ ଯୁବତୀଙ୍କର ମୋବାଇଲ ଭାଙ୍ଗିଦେବା ସହ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବ ବୋଲି ମଧ୍ୟ ଧମକ ଦେଇଥିଲେ।

ଏହି ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜୋସେଫ୍‌ଙ୍କୁ ଗିରଫ କରିଥିଲା। ପୁଲିସ କହିଛି ଯେ ଛାତ୍ର କଂଗ୍ରେସ ନେତା ଜୋସେଫ୍‌ କୁମ୍ଭାରପଡ଼ା ଥାନାର ୪୧୬/୨୧ ନମ୍ବର ମାମଲାରେ ଏବଂ ତାଳବଣିଆ ଥାନାର ୯୭/୨୨ ନମ୍ବର ମାମଲାରେ ସମ୍ପୃକ୍ତ ଥିଲା। ଅନ୍ୟପକ୍ଷରେ, ଏହି ହୋଟେଲ୍‌ରେ କେତେକ ଆପତ୍ତିଜନକ କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ରହିଥିବାରୁ ଏହାକୁ ସିଲ୍‌ କରିବାକୁ ପୁଲିସ ଉପଜିଲ୍ଲାପାଳଙ୍କୁ ଚିଠି କରିଥିଲା। ଉପଜିଲ୍ଲାପାଳ ଏହି ହୋଟେଲ୍ ସିଲ୍‌ ପାଇଁ ଅନୁମତି ଦେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe