ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକ ଗିରଫ

୨ ଥାନା ଇଲାକାରେ ଗୋଷ୍ଠୀ ସଂଘର୍ଷ, ମାରପିଟ୍ ମାମଲା:୧୪ ଅଭିଯୁକ୍ତ ଗିରଫ

Image Courtesy of India Today

ତେଲକୋଇ: ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ରସିକିଆ ମାଷ୍ଟ୍ର ବନ୍ଧା ହୋଇଛନ୍ତି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଡିମିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି ଏହି ବିଦ୍ୟାଳୟର ୭ମ ଓ ୮ମ ଶ୍ରେଣୀ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ବାହାନା କରି ଅଫିସ୍‌କୁ ଡକାଇ ଅସାଧାରଣ ବ୍ୟବହାର କରୁଥିଲେ। ଜଣେ କି ଦୁଇଜଣ ନୁହେଁ ପାଖାପାଖି ୧୪/୧୫ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଏସମ୍ପର୍କରେ ଛାତ୍ରୀମାନେ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ହେଁ ସେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ବରଂ ସେ ଯଦି ଆଉ ସେମିତି କେବେ ବ୍ୟବହାର କରନ୍ତି ଜଣାଇବାକୁ ପରାମର୍ଶ ଦେଇଥିଲେ। ଭୟରେ ଛାତ୍ରୀମାନେ ଘରେ କାହାକୁ କିଛି କହି ପାରୁ ନଥିଲେ। ତେବେ ଏସମ୍ପର୍କରେ କେତେକ ଛାତ୍ରୀ ସାହସ ଜୁଟାଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ସ୍କୁଲ ପରିଚାଳନା କମିଟିକୁ ଅବଗତ କରାଇଥିଲେ।

ଏନେଇ ଆଜି ସ୍କୁଲ ପରିଚାଳନା କମିଟି ସଦସ୍ୟ, କେତେକ ଅଭିଭାବକ ଓ ଗ୍ରାମବାସୀ ସ୍କୁଲକୁ ଆସି ସଂପୃକ୍ତ ମାଷ୍ଟ୍ରଙ୍କୁ ପଚରାଉଚରା କରିବା ସହିତ ହଲାପଟା କରିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ତାଙ୍କୁ ଘେରାଉ କରି ରଖିଥିଲେ। ଖବର ପାଇ ଏବିଇଓ ସୁବାସ ଚନ୍ଦ୍ର ମହାନ୍ତି ଓ ଥାନା ଅଧିକାରୀ ସାଇପ୍ରଭା ରାଉତ ଘଟଣାସ୍ଥଳରେ ପହଞ୍ଚି ପରିଚାଳନା କମିଟି ଓ ଅଭିଭାବକଙ୍କ ଅଭିଯୋଗ ଶୁଣିଥିଲେ। ପରେ ଅଭିଯୋଗ ଆଧାରରେ ରସିକିଆ ମାଷ୍ଟ୍ରଙ୍କୁ ପୁଲିସ ଗିରଫ କରିଥିଲା। ସଂପୃକ୍ତ ମାଷ୍ଟ୍ର ପୂର୍ବରୁ ଥିବା ବିଦ୍ୟାଳୟଗୁଡିକରେ ଏଭଳି ଆଚରଣ ପାଇଁ ମଧ୍ୟ ବିବାଦୀୟ ହୋଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବରୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଏନେଇ ତେଲକୋଇ ଥାନାରେ କେଶ୍ ନଂ ୫୧/୨୦୨୩ ଦଫା ୩୫୪(ଏ), ୮, ୧୦ ପୋକ୍ସୋ ଆକ୍ଟରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବିଇଓ ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ନିକଟରୁ ସମସ୍ତ ଅଭିଯୋଗ ରେକର୍ଡ କରାଯାଇଛି। ସଂପୃକ୍ତ ଶିକ୍ଷକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe