Photo Credit: Representative Image
କୋରେଇ : କୋରେଇ ଥାନା ଅର୍ନ୍ତଗତ ତୁଳସୀପୁର ଗ୍ରାମରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଟ୍ୟୁସନ୍ ସାରଙ୍କୁ ଜେଲ ଯିବାକୁ ପଡ଼ିଛି। ଅଭିଯୁକ୍ତ ଶିକ୍ଷକଙ୍କୁ କୋରେଇ ପୁଲିସ୍ ଗିରଫ କରି ଥାନା କେସ୍ ନମ୍ବର ୮୪/୨୧ ଦଫା ୩୭୧, ୩୭୪ ଓ ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରିଛି।
ଅଭିଯୋଗ ମୁତାବକ, ତୁଳସୀପୁର ଗ୍ରାମରେ ଜଣେ ନାବାଳିକା ଛାତ୍ରୀଙ୍କୁ ସେହି ଗ୍ରାମର ବିଶ୍ବମ୍ବର ବାରିକ (୪୨) ଟ୍ୟୁସନ କରୁଥିଲେ। କିଛିଦିନ ତଳେ ଛାତ୍ରୀ ଜଣକ କାନ୍ଦିକାନ୍ଦି ଘରକୁ ଫେରିବା ସହ ଟ୍ୟୁସନ ସାର ତାଙ୍କୁ ଅସଦାଚରଣ କରିଥିବା ପରିବାର ଲୋକଙ୍କୁ କହିଥିଲେ। ଏନେଇ ପରିବାର ପକ୍ଷରୁ କୋରେଇ ଥାନାରେ ଅଭିଯୋଗ କରାଯାଇଥିଲା। କୋରେଇ ପୁଲିସ୍ ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ଗତକାଲି ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଆଜି କୋର୍ଟ ଚାଲାଣ କରିଛି।
Follow Us