ବ୍ରହ୍ମପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୩ ନାବାଳକ ଅଟକ

ବ୍ରହ୍ମପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୩ ନାବାଳକ ଅଟକ

The Logical Indian

ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ବ୍ରହ୍ମପୁର ସଦର ଥାନା ଇଲାକାରେ ଜନୈକା ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ ହୋଇଛି। ଏହି ଘଟଣାରେ ପୁଲିସ କେସ୍ ନମ୍ବର ୩୯/୨୧ରେ ଏକ ମାମଲା ରୁଜୁ କରି ୩ଜଣ ନାବାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ପୀଡ଼ିତାଙ୍କ ବୟାନ୍‌ ରେକର୍ଡ଼ କରାଯାଇଛି।

ସଦର ଥାନା ଅନ୍ତର୍ଗତ ଏକ ଗାଁରେ ଜନୈକା ନାବାଳିକା ଘରେ ଏକୁଟିଆ ଥିଲେ। ମା-ବାପା କାମ କରିବାକୁ ଯାଇଥିବା ବେଳେ ୩ଜଣ ନାବାଳକ ଘରେ ପଶିଥିଲେ। ସେମାନେ ନାବାଳିକାଙ୍କୁ କାବୁ କରି ଜୋର୍‌ଜବରଦସ୍ତ ଗଣଦୁଷ୍କର୍ମ କରିଥିଲେ। ମା-ବାପା ସଂଧ୍ୟାରେ କାମ ସାରି ଘରକୁ ଫେରିଥିଲେ। ପୀଡ଼ିତା ଜଣଙ୍କ କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ମା-ବାପାଙ୍କୁ କହିଥିଲେ। ଏ ନେଇ ପୀଡ଼ିତାଙ୍କ ମା ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ନାବାଳକଙ୍କୁ ଥାନାରେ ଅଟକ ରଖିଥିଲା।

ଗତ କିଛିଦିନ ତଳେ ବଡ଼ ବଜାର ଥାନା ଇଲାକାରେ ବାପା ତାଙ୍କର ଝିଅ ସହିତ ଦୁଷ୍କର୍ମ କରିବା ଭଳି ଘଟଣା ନଜରକୁ ଆସିଥିଲା। ଏବେ ପୁଣିଥରେ ଜନୈକା ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ‌ହୋଇଛି। ଏଭଳି ଘଟଣା ନଜରକୁ ଆସୁଥିବାରୁ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe