ଭଞ୍ଜବିହାରରେ ଛାତ୍ର-ଅଣଛାତ୍ର ମୁହାଁମୁହିଁ: ପ୍ରାଣାନ୍ତକ ଆକ୍ରମଣରେ ଛାତ୍ର ଗୁରୁତର

ଭଞ୍ଜବିହାର କ୍ୟାମ୍ପସ୍‌କୁ ଫେରିଛି ହିଂସା। ଅଣଛାତ୍ରଙ୍କ ଆକ୍ରମଣରେ ଜଣେ ଛାତ୍ର ଲହୁଲୁହାଣ ହୋଇଛନ୍ତି। ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ପତିଆରା ଜାହିର ପାଇଁ ଏହି ଘଟଣା ଘଟିଥିବା କୁହାଯାଉଛି। ଆହତ ଛାତ୍ରଜଣଙ୍କ ବ୍ରହ୍ମପୁର ସିଟି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

fhfhhfvbbv

ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌କୁ ଫେରିଛି ହିଂସା। ଅଣଛାତ୍ରଙ୍କ ଆକ୍ରମଣରେ ଜଣେ ଛାତ୍ର ଲହୁଲୁହାଣ ହୋଇଛନ୍ତି। ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ପତିଆରା ଜାହିର ପାଇଁ ଏହି ଘଟଣା ଘଟିଥିବା କୁହାଯାଉଛି। ଆହତ ଛାତ୍ରଜଣଙ୍କ ବ୍ରହ୍ମପୁର ସିଟି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ନୂଆଖାଇ ପର୍ବ ପାଇଁ ଆଜି ଭଞ୍ଜବିହାର ପରିସରରେ ବିଦ୍ୟାର୍ଥୀଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କ୍ୟାମ୍ପସ୍‌ ଭିତରେ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଣଛାତ୍ର ବିନା ଅନୁମତିରେ ପ୍ରବେଶ କରିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀମାନେ ଏହାକୁ ବିରୋଧ କରିବା ସହ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଣଛାତ୍ରଙ୍କ ପ୍ରବେଶ ଓ ଗଣ୍ଡଗୋଳ କରୁଥିବା ନେଇ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିବାରୁ ଅଣଛାତ୍ରମାନେ ପ୍ରାଣାନ୍ତକ ଆକ୍ରମଣ କରିଥିବା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ବିତୀୟ ବର୍ଷର ଆହତ ଛାତ୍ର ଅଭିଳାଷ ମିଶ୍ର ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ଅଭିଳାଷଙ୍କ କହିବା ଅନୁସାରେ, ୧୦ରୁ ୧୨ ଜଣ ଅଣଛାତ୍ର ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସହ ଯୋଗାଯୋଗ କରାଯିବାରୁ, ଘଟଣାରେ ସଂପୃକ୍ତ ଛାତ୍ର, ଅଣଛାତ୍ର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe