ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ର, ଅଣଛାତ୍ର ଗଣ୍ଡଗୋଳ

Advertisment

ହଷ୍ଟେଲ୍‌ ଛାତରୁ ପଡ଼ି ଛାତ୍ର ଗୁରୁତର

ହଷ୍ଟେଲ୍‌ ଛାତରୁ ପଡ଼ି ଛାତ୍ର ଗୁରୁତର

ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ର, ଅଣଛାତ୍ର ଗଣ୍ଡଗୋଳ

shiksha.com

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଇଞ୍ଜିୟରିୟରିଂ କଲେଜରେ ଉତ୍କଳ ଦିବସ ପାଳନ ବେଳେ ଅଘଟଣ ଘଟିଛି। ଶନିବାର ରାତିରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ହଷ୍ଟେଲ୍ ଛାତରୁ ପଡ଼ି ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ର ଜଣକ ହେଉଛନ୍ତି ମେଟାଲୋର୍ଜି ବିଭାଗର ଶେଷ ବର୍ଷର ଛାତ୍ର ସତ୍ୟମ ଖାଲକୋ। ସେ ସୂର୍ଯ୍ୟ ଭବନ ହଷ୍ଟେଲରେ ରହୁଥିବା‌ ଜଣାଯାଇଛି।

ସୂଚନା ମୁତାବକ, ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି) କଲେଜରେ ଗତକାଲି ଉତ୍କଳ ଦିବସ ଉପଲକ୍ଷେ ଫନ୍‌ ଫେୟାର୍‌ କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ଛାତ୍ରଛାତ୍ରୀମାନେ ନିଜେ ଷ୍ଟଲ୍‌ ମଧ୍ୟମରେ ଦୋକାନ ଖୋଲିବେ ଏବଂ ଏହି ଦୋକାନରୁ ସେହି କଲେଜ ଛାତ୍ରଛାତ୍ରୀମାନେ କିଣାବିକା କରିଥାନ୍ତି। ପ୍ରତିବର୍ଷ ଉତ୍କଳ ଦିବସ ତଥା ଏପ୍ରିଲ ୧ ତାରିଖ ଦିନ ଏହା ପାଳିତ ହୋଇଥାଏ। ଏହି କାର୍ଯ୍ୟକ୍ରମ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ତା ପରେ ଛାତ୍ରଛାତ୍ରୀମାନେ ନିଜ ନିଜ ହଷ୍ଟେଲ୍‌କୁ ଯାଇଥିଲେ। ଏହାର କିଛି ସମୟ ପରେ ସୂର୍ଯ୍ୟ ହଷ୍ଟେଲରୁ ପାଟିତୁଣ୍ଡ ଶୁଣିବାକୁ ମିଳିଥିଲା। ଉକ୍ତ ହଷ୍ଟେଲ୍‌ରେ କିଛି ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଥିଲା। ଏହି ସମୟରେ ହଷ୍ଟେଲ୍ ଛାତରୁ ପଡ଼ି ସତ୍ୟମ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହ ଆସିଥିବା ଅନ୍ୟ କଲେଜର ଜଣେ ବନ୍ଧୁଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। କଲେଜ କର୍ତ୍ତୃପକ୍ଷ ସତ୍ୟମଙ୍କୁ ତୁରନ୍ତ ତାଳଚେର ମଣ୍ଡାପାଳ ଡାକ୍ତରଖାନା ଓ ପରେ ଅନୁଗୁଳ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।

ଖବରପାଇ ସରାଙ୍ଗ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ସାହୁ ହଷ୍ଟେଲରେ ପହଞ୍ଚି ଦୁଇ ଛାତ୍ର ଓ ଦୁଇ ଅଣଛାତ୍ରଙ୍କୁ ପଚରାଉଚୁରା କରିଥିଲେ। ଦୁଇଜଣ ଅଣଛାତ୍ରଙ୍କୁ ପୁଲିସ ଫାଣ୍ଡିରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ତେବେ କଡା ସୁରକ୍ଷା ଭିତରେ ହଷ୍ଟେଲ୍‌ଟି ରହୁଥିବା ବେଳେ କିଭଳି ଅଣଛାତ୍ରଙ୍କୁ ହଷ୍ଟେଲକୁ ପ୍ରବେଶ କରାଗଲା ଓ କଲେଜ କର୍ତ୍ତୃପକ୍ଷ ଏବଂ ଦାୟିତ୍ୱରେ ଥିବ ସୁରକ୍ଷା ଅଧିକାରୀ ଜାଣିପାରିଲେନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିସହ ଏଠା‌ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ଏ ଗଣ୍ଡଗୋଳ ଘଟଣା ସମ୍ପର୍କରେ କଲେଜ ସବ୍‌ରେଜିଷ୍ଟ୍ରାର ଦେବୀପ୍ରସାଦ ପାଣି ସରାଙ୍ଗ ଫାଣ୍ଡିରେ ଏତଲା ଦେଇଛନ୍ତି। ଏ ସମ୍ପର୍କରେ କଲେଜ ନିର୍ଦ୍ଦେଶକ ଡ. ସତ୍ୟବ୍ରତ ମହନ୍ତ କୁହିଛନ୍ତି, ଦୁଇ ଜଣ ଅଣଛାତ୍ର କେଉଁ ପରିସ୍ଥିତିରେ ଆସିଥିଲେ, ଛାତ୍ରଜଣକ କିପରି କୋଠାରୁ ପଡିଲେ, ଗଣ୍ଡଗୋଳର କାରଣ କଣ, ଏ ସମସ୍ତ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe