‘୨୦୨୫ରୁ ଛାତ୍ର ସଂସଦ ନିର୍ବାଚନ’

Advertisment

ରାଜ୍ୟର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନକୁ ଆଉ ବନ୍ଦ କରାଯିବ ନାହିଁ। ପୂର୍ବ ସରକାର ୨୦୧୮-୧୯ ଶିକ୍ଷାବର୍ଷରୁ ହୀନ ଉଦ୍ଦେଶ୍ୟ ରଖି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଦେଇଥିଲେ। କିନ୍ତୁ ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୫ରୁ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ଅଖିଳ...

ରାଜ୍ୟର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନକୁ ଆଉ ବନ୍ଦ କରାଯିବ ନାହିଁ। ପୂର୍ବ ସରକାର ୨୦୧୮-୧୯ ଶିକ୍ଷାବର୍ଷରୁ ହୀନ ଉଦ୍ଦେଶ୍ୟ ରଖି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଦେଇଥିଲେ। କିନ୍ତୁ ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୫ରୁ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ଅଖିଳ...

mohan majhi

କଟକ: ରାଜ୍ୟର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନକୁ ଆଉ ବନ୍ଦ କରାଯିବ ନାହିଁ। ପୂର୍ବ ସରକାର ୨୦୧୮-୧୯ ଶିକ୍ଷାବର୍ଷରୁ ହୀନ ଉଦ୍ଦେଶ୍ୟ ରଖି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଦେଇଥିଲେ। କିନ୍ତୁ ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୫ରୁ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆସନ୍ତା ୫ବର୍ଷ ମଧ୍ୟରେ ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀଙ୍କୁ ଦେଢ଼ଲକ୍ଷ ସରକାରୀ ଓ ସାଢ଼େ ତିନିଲକ୍ଷରୁ ଅଧିକ ବେସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ଶ୍ରୀ ମାଝୀ ଘୋଷଣା କରିଛନ୍ତି। ଏବିଭିପି ସଂଗଠନ ଛାତ୍ର ସମାଜର ଚରିତ୍ର ଗଠନ କରିବା ଦିଗରେ ଉଦ୍ୟମ କରିବା ସହ ରାଷ୍ଟ୍ରୀୟତାର ଶିକ୍ଷାକୁ ଗୁରୁତ୍ବ ଦେଇ ପ୍ରଶଂସନୀୟ କାମ କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଏବିଭିପି ରାଷ୍ଟ୍ରୀୟ ସଂଗଠନ ସଂପାଦକ ଆଶିଷ ଚୌହାନ, ସମ୍ମାନିତ ଅତିଥି ଭାବେ ପୂର୍ବ ଓଡ଼ିଶା ରାଜ୍ୟ ସଭାନେତ୍ରୀ ଅଧ୍ୟାପିକା ଗାର୍ଗି ବାନାର୍ଜୀ, ରାଜ୍ୟ ସଂପାଦିକା ଦୀପ୍ତିମୟୀ ପଢ଼ିହାରି, ପଶ୍ଚିମ ଓଡ଼ିଶା ରାଜ୍ୟ ସଭାପତି ଅଧ୍ୟାପକ ସଂଜୀବ ନାୟକ ଓ ରାଜ୍ୟ ସଂପାଦକ ଶ୍ବେତାଂଶୁ ଶେଖର ବରାଇ ପ୍ରମୁଖ ଯୋଗ ଦେଇଥିଲେ। ଅଭ୍ୟର୍ଥନା କମିଟିର ସଭାପତି ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ବଜିତ ପାତ୍ର ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ଦ୍ବାର ଲିଖିତ ପୁସ୍ତକ ‘ପଞ୍ଚ ପରିବର୍ତ୍ତନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଡିସେମ୍ବର ୨୬ରୁ ୨୮ ତାରିଖ ୩ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ସାମାଜିକ ସ୍ଥିତିର କେଉଁ ବିଷୟରେ ପରିବର୍ତ୍ତନର ଆବଶ୍ୟକତା ରହିଛି, ସେ ସଂପର୍କରେ ଆଲୋଚନା କରି ବିଭିନ୍ନ ପ୍ରସ୍ତାବ ଗୃହୀତ କରାଯିବ। କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟିର ସାଧାରଣ ସଂପାଦକ ଡାକ୍ତର ଜ୍ୟୋତିର୍ମୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଏବିଭିପିର କାର୍ଯ୍ୟକର୍ତ୍ତା ଏଥିରେ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe