ବଲାଙ୍ଗୀର ସରକାରୀ କଲେଜ, ଯୁକ୍ତତିନି ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Advertisment
ବଲାଙ୍ଗୀର ସରକାରୀ କଲେଜ, ଯୁକ୍ତତିନି ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବଲାଙ୍ଗୀର: କୋଭିଡ ସମୟରେ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିଲା। ଅନଲାଇନରେ କ୍ଲାସ୍‌ ହେଉଥିଲା। ଏପରିକି ପାଠପଢ଼ା ବି ଠିକଠାକ ହେଉନଥିଲା। କିନ୍ତୁ ପରୀକ୍ଷା ବେଳକୁ କ୍ଲାସ୍‌ରୁମ୍‌ରେ ବସି ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ଆଉ ଏବେ ବାହାରିଛି ଫଳାଫଳ। ଅଧିକାଂଶ ଛାତ୍ରଛାତ୍ରୀଙ୍କ ମାର୍କ ଖରାପ ଅଛି। ଯାହାକୁ ନେଇ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟର ଯୁକ୍ତତିନି ଛାତ୍ରଛାତ୍ରୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଆଉ ଥରେ ପରୀକ୍ଷା ଫଳାଫଳ ବାହାର କରାଯାଉ ବୋଲି ଦାବି କରିଛନ୍ତି। ପାଞ୍ଚ ନମ୍ବର ସେମିଷ୍ଟାରରେ କଲେଜର ବହୁ ଛାତ୍ରଛାତ୍ରୀ ଫଳାଫଳ ଭଲ ହୋଇନଥିବା ସେମାନେ କହିଛନ୍ତି। ଅନେକ ଛାତ୍ରଛାତ୍ରୀଙ୍କ ବେକ୍‌ପେପର ବି ରହିଯାଇଛି। କରୋନା କାଳକୁ ନଜରରେ ରଖି ପୁନଃ ମୂଲ୍ୟାଙ୍କନ କରାଯାଉ ବୋଲି ସେମାନେ ଦାବି କରିବା ସହ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe