ପରୀକ୍ଷା ଫଳ ଜାଣିବା ଆଗରୁ ଛାତ୍ରଙ୍କ ଆତ୍ମହତ୍ୟା!

Advertisment
ପରୀକ୍ଷା ଫଳ ଜାଣିବା ଆଗରୁ ଛାତ୍ରଙ୍କ ଆତ୍ମହତ୍ୟା!

ଢେଙ୍କାନାଳ : ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷାଫଳ ବାହାରିବା ପୂର୍ବରୁ ଆଉ ଜଣେ ଛାତ୍ର ପ୍ରାଣ ହରାଇଛନ୍ତି। ଏହି ଛାତ୍ର ଜଣକ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଏବଂ ୭୫ ପ୍ରତିଶତ ନମ୍ବର ଜଣାପଡ଼ିଛି। ସେ ହେଲେ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ର ଶୁଭ୍ରାଂଶୁ ପଣ୍ଡା।

ପରୀକ୍ଷା ଫଳା‌ଫଳ ବାହାରିବା ପୂର୍ବଦିନ ରାତିରେ ସହରର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ ଘ‌ରୋଇ କୋଚିଂ ସେଣ୍ଟର ହଷ୍ଟେଲରୁ ଶୁଭ୍ରାଂଶୁଙ୍କ ମୃତଦେହ ମିଳିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଟାଉନ୍‌ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପରିବାରର ଏକମାତ୍ର ପୁଅ ହୋଇଥିବା ବେଳେ ତାଙ୍କର ମୃତ୍ୟୁରେ ପୂରା ପରିବାର ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe