ଛାତ୍ରୀ ଆତ୍ମାହୁତି: ବୟାନ ବଦଳାଉଛନ୍ତି ୮୦ ଛାତ୍ରଛାତ୍ରୀ

ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ  ଏଯାଏଁ ମୋଟ ୮୦ ଜଣ ଛାତ୍ରଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ହେଲେ ଏମାନେ ଅନ୍ୟ ତଦନ୍ତକାରୀ କମିଟି ସାମନାରେ ଯେଉଁ ବୟାନ ରଖିଛନ୍ତି....

fire

କଟକ: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ  ଏଯାଏଁ ମୋଟ ୮୦ ଜଣ ଛାତ୍ରଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ହେଲେ ଏମାନେ ଅନ୍ୟ ତଦନ୍ତକାରୀ କମିଟି ସାମନାରେ ଯେଉଁ ବୟାନ ରଖିଛନ୍ତି, ତାହା କ୍ରାଇମବ୍ରାଞ୍ଚ ସାମନାରେ ରଖିଥିବା ବୟାନ ସହ ମେଳ ଖାଉ ନାହିଁ। ସମାନ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ କମିଟି ସାମନାରେ ଭିନ୍ନ ବୟାନ ଦେବାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଅଡ଼ୁଆରେ ପଡ଼ିଛି। ଅନ୍ୟପଟେ ଜ୍ୟୋତିପ୍ରକାଶ ସୁସ୍ଥ ହେବା ପରେ ଆଜି କଟକ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ ତାଙ୍କର ମଧ୍ୟ ବୟାନ ରେକର୍ଡ କରିବାକୁ ଯାଉଛି। ୧୨ ତାରିଖରେ ଛାତ୍ରୀଙ୍କ ଆତ୍ମାହୁତି ପରେ ସେଦିନ ବିଏଡ୍‌ ବିଭାଗର ମୁଖ୍ୟ ପ୍ରଫେସର ସମୀର କୁମାର ସାହୁ ଓ ୧୩ ତାରିଖରେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଥିଲା।

ଏସ୍‌ଏଫ୍‌ଏସ୍‌ଏଲ୍‌କୁ ସିସିଟିଭି ଭିଡିଓ ପଠାଇଲା କ୍ରାଇମ୍‌ବ୍ରାଞ୍ଚ
କଟକ ବଡ଼ଡାକ୍ତରଖାନାରୁ ଘରକୁ ଫେରିଲେ ଜ୍ୟୋତିପ୍ରକାଶ
ସ୍କାନର୍‌ରେ ଦୁଇ ବାନ୍ଧବୀ, ଜଣେ ପୁରୁଷ ବନ୍ଧୁ

ଏହି ଘଟଣା ସହିତ ଜଡ଼ିତ ଆହୁରି ତିନି ଜଣ ଏବେ କ୍ରାଇମବ୍ରାଞ୍ଚ ସ୍କାନର୍‌ରେ ଅଛନ୍ତି। ୧୬ ତାରିଖଠାରୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍‌ ସାଇନିଙ୍କ ନେତୃତ୍ବରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ଏ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। କ୍ରାଇମବ୍ରାଞ୍ଚ କଲେଜ କ୍ୟାମ୍ପସ, ପେଟ୍ରୋଲ୍‌ ପମ୍ପର ସିସିଟିଭି ଭିଡିଓ ରାଜ୍ୟ ଫରେନ୍‌ସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଇଛି। ଜ୍ୟୋତିପ୍ରକାଶ ନିଜ ମୋବାଇଲ୍‌ରେ ରେକର୍ଡ କରିଥିବା ଅଧଘଣ୍ଟାର ଭିଡିଓ ମଧ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରିକୁ ପଠାଯାଇଛି। ଅନ୍ୟପଟେ ଆତ୍ମାହୁତି ଘଟଣା ପରେ ଯୌନ ନିର୍ଯାତନା କମିଟି, ଉଚ୍ଚଶିକ୍ଷା ବିଭାଗର କମିଟି ଓ ୟୁଜିସି ଟିମ୍ ଗଠନ ହୋଇଥିଲା। ତେବେ ଯୌନ ନିର୍ଯାତନା କମିଟି ସାମନାରେ ବୟାନ ଦେଇଥିବା ୮୦ ଜଣ ଛାତ୍ରଛାତ୍ରୀ ଅନ୍ୟ କମିଟି ସାମନାରେ ବୟାନ ବଦଳାଇଛନ୍ତି। ଏମାନେ କ୍ରାଇମବ୍ରାଞ୍ଚ ଟିମ୍ ସାମନାରେ ମଧ୍ୟ ନିଜର ବୟାନ ବଦଳାଇଛନ୍ତି। ଆତ୍ମାହୁତି ଘଟଣା ସହିତ ସିଧାସଳଖ ସମ୍ପର୍କ ରଖୁଥିବା ଛାତ୍ରୀଙ୍କ ଦୁଇ ବାନ୍ଧବୀ ଓ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି। ଆଜି ଅପରାହ୍ଣ ୩ଟା ୩୦ରେ ଜ୍ୟୋତିପ୍ରକାଶ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ବାପା ସନାତନ ବିଶ୍ବାଳ ଓ ମା’ଙ୍କ ସହିତ ଘରକୁ ଫେରିଯାଇଛନ୍ତି। କିନ୍ତୁ ଗଣମାଧ୍ୟମ ସାମନାରେ ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe