ପାସ୍ କରିଥିଲେ, ଫଳ ବାହାରିବା ପୂର୍ବରୁ ଜୀବନ ହାରିଦେଲେ

Advertisment
ଭଡ଼ା ଘରେ ଯୁବକଙ୍କ ଆତ୍ମହତ୍ୟା

Free Press Journal

ବାହାନଗା/ଗୋପାଳପୁର : ଯୁକ୍ତ ୨ ବିଜ୍ଞାନରେ ରଖିଥିଲେ ୩୫୯ ନମ୍ବର। ଫାଷ୍ଟ ଡିଭିଜନକୁ ଗୋଟିଏ ନମ୍ବର ବାକି। ହେଲେ ପରୀକ୍ଷାଫଳ ବାହାରିବା ପୂର୍ବରୁ ଆତ୍ମହତ୍ୟା କରିଦେଲେ ବିଦ୍ୟାର୍ଥୀ। ବାଲେଶ୍ବର ଜିଲ୍ଲା ବାହାନଗା ଅଞ୍ଚଳର ଏହି ହୃଦୟ ବିଦାରକ ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ଛାତ୍ର ଜଣକ ହେଲେ ଖନ୍ତାପଡ଼ା ଥାନା ତାଳକୁରୁଣିଆ ପଞ୍ଚାୟତ ନରସିଂହପଦାମାଗୁରା ଗ୍ରାମର ମନୋରଞ୍ଜନ ନାୟକଙ୍କ ଏକମାତ୍ର ପୁଅ ତରୁଣଜ୍ୟୋତି ଓରଫ ଚିନ୍ମୟ (୧୭)।

ଆଜି ମଧ୍ୟାହ୍ନରେ ପରୀକ୍ଷାଫଳ ବାହାରିବାକୁ ଥିବାବେଳେ ପୂର୍ବାହ୍ନ ୧୦ଟାରେ ଚିନ୍ମୟ ଘରେ ଫାଶୀ ଲଗାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଗୋପାଳପୁର ଡାକ୍ତରଖାନାକୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚିନ୍ମୟ ଜଣେ ମେଧାବୀ ଛାତ୍ର ଭାବେ ସହପାଠୀ ମହଲରେ ପରିଚିତ ଥିବାବେଳେ ସେ କାହିଁକି ଆତ୍ମହତ୍ୟା କଲେ, ତା’ର କାରଣ ଏଯାଏ ଅସ୍ପଷ୍ଟ ରହିଛି। ସମ୍ଭବତଃ ପରୀକ୍ଷାରେ ଭଲ ଫଳାଫଳ ହୋଇନପାରେ, ଏ ଆଶଙ୍କାରେ ସେ ଆହ୍ମହତ୍ୟା କରିଥିବା ଆଲୋଚିତ ହେଉଛି। ପରୀକ୍ଷାଫଳ ବାହାରିବା ପରେ ତାଙ୍କ ସଫଳତା ଦେଖିବାକୁ ଆଉ ଇହଧାମରେ ନାହାନ୍ତି ଚିନ୍ମୟ। ସେପଟେ ଏକମାତ୍ର ପୁଅର ଅକାଳ ବିୟୋଗରେ ପରିବାରରେ କାନ୍ଦବୋବାଳି ପଡ଼ିଛି। ଶିକ୍ଷକ, ସହପାଠୀ ଓ ଗ୍ରାମବାସୀଙ୍କ ମଧ୍ୟରେ ନିରବତା ଛାଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe