ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଭୁବନେଶ୍ବର: ଜଟଣୀ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ବୈଷ୍ଣବ ଭରଦ୍ବାଜ ପତି। ସେ ବି.ଏସସି ୨ୟ ବର୍ଷର ଛାତ୍ର ଥିଲେ। ବୁଧବାର ତାଙ୍କର ଶେଷ ପରୀକ୍ଷା ଥିଲା। ତେବେ ପରୀକ୍ଷାରେ କପି କରୁଥିବାବେଳେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରି ବାହାର କରିଦେଇଥିବା ପରବାର ଅଭିଯୋଗ କରିଛନ୍ତି। ତାହା ଅସହ୍ୟ ହେବାରୁ ହଷ୍ଟେଲ ଯାଇ ସେ ନିଜ ବେକରେ ଗାମୁଛା ବାନ୍ଧି ଫାସି ଦେଇ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷା ପୂର୍ବରୁ ସେ ବହୁତ ଖୁସି ଥିଲେ ବୋଲି ତାଙ୍କ ମାଆ କହିଛନ୍ତି।

ତେବେ ପୂର୍ବାହ୍ନ ସାଢ଼େ ୧୧ଟା ବେଲେି ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଲେଖାଯାଇଥିବାବେଳେ ପରିବାରକୁ ଅପରାହ୍ନ ୨ଟାରେ ଖବର ଦିଆଯାଇଥିଲା। ତେଣୁ ପରିବାର ଲୋକେ ତାଙ୍କ ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ବି ଏନେଇ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe