ଛାତ୍ରୀ ଆତ୍ମାହୁତି: ଦ୍ବିତୀୟ ଦିନରେ ୩ ସଂସ୍ଥାର ତଦନ୍ତ, ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିସାରିଲାଣି!

Advertisment

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ସପ୍ତାହେ ବିତିଥିବା ବେଳେ ୩ଟି ସଂସ୍ଥା ଦ୍ବିତୀୟ ଦିନରେ ତଦନ୍ତ କରିଥିବା ଜଣାପଡ଼ିଛି। ଆଇସି କମିଟି ସଦସ୍ୟ, ମୃତ ଛାତ୍ରୀଙ୍କ ସାଙ୍ଗସାଥୀ, ବିଏଡ୍‌ ବିଭାଗର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ସପ୍ତାହେ ବିତିଥିବା ବେଳେ ୩ଟି ସଂସ୍ଥା ଦ୍ବିତୀୟ ଦିନରେ ତଦନ୍ତ କରିଥିବା ଜଣାପଡ଼ିଛି। ଆଇସି କମିଟି ସଦସ୍ୟ, ମୃତ ଛାତ୍ରୀଙ୍କ ସାଙ୍ଗସାଥୀ, ବିଏଡ୍‌ ବିଭାଗର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।

dgjdgdgjcbn
ବାଲେଶ୍ବର: ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ସପ୍ତାହେ ବିତିଥିବା ବେଳେ ୩ଟି ସଂସ୍ଥା ଦ୍ବିତୀୟ ଦିନରେ ତଦନ୍ତ କରିଥିବା ଜଣାପଡ଼ିଛି। ଆଇସି କମିଟି ସଦସ୍ୟ, ମୃତ ଛାତ୍ରୀଙ୍କ ସାଙ୍ଗସାଥୀ, ବିଏଡ୍‌ ବିଭାଗର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଛାତ୍ରୀଙ୍କ ମୃତ୍ୟୁ ପାଇଁ କେଉଁ କେଉଁମାନେ ଦାୟୀ, ସେନେଇ ତଥ୍ୟ ସଂଗ୍ରହ କରୁଛନ୍ତି। ଯଦିଓ ତଦନ୍ତକାରୀ ଅଧିକାରୀମାନେ ଗଣମାଧ୍ୟମ ଆଗରେ କିଛି କହୁ ନାହାନ୍ତି, ସେମାନେ ଘଟଣା ସଂକ୍ରାନ୍ତରେ ଅନେକ ତଥ୍ୟ ହାସଲ କରିସାରିଥିବା ବିଶ୍ବସ୍ତସୂତ୍ରରୁ ଖବର ମିଳିଛି।
ମୃତ ଛାତ୍ରୀ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ବିଭାଗର ହୋଇଥିବାରୁ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଅଧ୍ୟକ୍ଷ ନୂଆଦିଲ୍ଲୀ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟର ପ୍ରଫେସର ରାଜକୁମାର ମିତ୍ତଲ, ସଂଯୋଜକ ତଥା ୟୁଜିସିର ଯୁଗ୍ମ ନିର୍ଦ୍ଦେଶକ ଅସୀମା ମଙ୍ଗଲ, ୟୁଜିସିର ପୂର୍ବତନ କମିସନ ସଦସ୍ୟ ପ୍ରଫେସର ସୁଷମା ଯାଦବ ଓ ଗୁଜୁରାଟ ବିଶ୍ବବିଦ୍ୟାଳୟର କୁଳିପତି ଡ. ନୀରୋଜ ଗୁପ୍ତା ସକାଳ ପ୍ରାୟ ୮ଟା ବେଳେ କଲେଜର ଇଷ୍ଟ କ୍ୟାମ୍ପସ୍‌ରେ ଥିବା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ବିଭାଗକୁ ଯାଇ ବିଭାଗୀୟ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ପରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଫିରୋଜ କୁମାର ପାଢ଼ୀଙ୍କୁ ପଚରାଉଚରା କରିଥିଲେ।
ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିସାରିଲାଣି!
ନିଲମ୍ବିତ ହୋଇପାରନ୍ତି ଆଇସି କମିଟି ସଦସ୍ୟ
ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ପଚରାଉଚରା
ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗ ଟିମ୍‌ରେ ଥିବା ବିଭାଗୀୟ ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ ମୌସୁମୀ ନାୟକ ଓ ବିଜେବି କଲେଜର ପ୍ରଫେସର ଝୁମ୍‌କୀ ରଥ ଆଇସି କମିଟି ସଦସ୍ୟମାନଙ୍କୁ ଝାଳବୁହା ଜେରା କରିଛନ୍ତି। ଏକପାଖିଆ ରିପୋର୍ଟ ପ୍ରଦାନ ଏବଂ ତଦନ୍ତରେ ଅବହେଳା ପାଇଁ ଆଇସି କମିଟି ସଦସ୍ୟମାନେ ନିଲମ୍ବିତ ହୋଇପାରନ୍ତି। ତେବେ ୨ ଜଣ ସଦସ୍ୟ ଅଧିକ ଅଡ଼ୁଆରେ ପଡ଼ିପାରନ୍ତି। ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପ୍ରାୟ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ପଚରାଉରା କରିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ କମିଟି ମଧ୍ୟ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀଙ୍କ ସହ ପ୍ରାୟ ୧୨ ଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ସେଇଭଳି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ଆଇଜି ଏସ୍ ସାଇନି, ଡିଏସ୍‌ପି ଇମନ କଲ୍ୟାଣ ନାୟକ ଓ ଇନ୍‌ସ୍ପେକ୍ଟର ପାଞ୍ଚାଳି ରାଉତ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କଲେଜରେ ପହଞ୍ଚିଥିଲେ। ସେମାନେ ପ୍ରାୟ ସାଢ଼େ ୩ଟାରେ କ୍ୟାମ୍ପସ୍‌ ଛାଡ଼ିଥିଲେ। ଡିଏସ୍‌ପି ଇମନ କଲ୍ୟାଣ ନାୟକ କହିଛନ୍ତି, ତଦନ୍ତ ଜାରି ରହିଛି। ଅପରାଧୀମାନେ ଶୀଘ୍ର ପଦାକୁ ଆସିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe