Utkal sangeet College: ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା: ବନ୍ଧାହେଲେ ଡ୍ରାମା ଅଧ୍ୟାପକ

Advertisment

ମୋ ସହ ରାତିରେ କଥାହୁଅ। ମଝିରେ ମଝିରେ ଆସି ସମ୍ପର୍କ ରଖ। ନହେଲେ ମାର୍କ କାଟିଦେବି। ଦରକାର ପଡ଼ିଲେ ଫେଲ୍‌ କରାଇଦେବି। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଏଭଳି ଧମକାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନା....

ମୋ ସହ ରାତିରେ କଥାହୁଅ। ମଝିରେ ମଝିରେ ଆସି ସମ୍ପର୍କ ରଖ। ନହେଲେ ମାର୍କ କାଟିଦେବି। ଦରକାର ପଡ଼ିଲେ ଫେଲ୍‌ କରାଇଦେବି। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଏଭଳି ଧମକାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନା....

dgdagzvczcv

ଭୁବନେଶ୍ବର: ମୋ ସହ ରାତିରେ କଥାହୁଅ। ମଝିରେ ମଝିରେ ଆସି ସମ୍ପର୍କ ରଖ। ନହେଲେ ମାର୍କ କାଟିଦେବି। ଦରକାର ପଡ଼ିଲେ ଫେଲ୍‌ କରାଇଦେବି। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଏଭଳି ଧମକାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଅଧ୍ୟାପକ ଶତ୍ରୁଘ୍ନ ସାମଲ(୬୨)ଙ୍କୁ ଗିରଫ କରିଛି। ଅନ୍ୟପଟେ ଅଧ୍ୟାପକଙ୍କ କଳାକାରନାମା ପଦାକୁ ଆସିବା ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି।

ସୂଚନା ମୁତାବକ, ପାଖାପାଖି ୬ ମାସ ତଳେ ଅଧ୍ୟାପକ ଶ୍ରୀ ସାମଲ ସଂଗୀତ ମହାବିଦ୍ୟାଳୟରେ ଡ୍ରାମା ବିଭାଗର ଅତିଥି ଅଧ୍ୟାପକ ଭାବେ ଯୋଗଦେଇଥିଲେ। ଯୋଗଦେବାର କିଛିଦିନ ପରେ ପାଠପଢ଼ାଇବା ଭୁଲି ପ୍ରେମ ଆଡ଼କୁ ବଢ଼ିଥିଲେ। ଡ୍ରାମା ଶିଖାଇବା ଆଳରେ ଯେଉଁ ଛାତ୍ରୀଙ୍କ ଉପରେ ନଜର ପଡ଼ିଲା ତାକୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ସମସ୍ତ ପ୍ରୟାସ କରୁଥିଲେ। ଛାତ୍ରୀଙ୍କ ନମ୍ବର ନେଇ ସେମାନଙ୍କୁ କଲ୍‌ କରି ଏକାନ୍ତରେ କଥା ହେବାକୁ ପସନ୍ଦ କରୁଥିଲେ। ଛାତ୍ରୀ ବୋଲି ଭୁଲିଯାଇ ପ୍ରେମିକା ଭଳି ବ୍ୟବହାର କରୁଥିଲେ। ଛାତ୍ରୀମାନେ ପ୍ରତିବାଦ କଲେ  କାହାକୁ ପରୀକ୍ଷାରେ ମାର୍କ କମ୍‌ ଦେବାର ଧମକ ତ କାହାକୁ  ଫେଲ୍‌ କରାଇଦେବାକୁ କହୁଥିଲେ। ତେଣୁ ଭୟରେ ତାଙ୍କ ବିରୋଧରେ କେହି ମୁହଁ ଖୋଲୁନଥିଲେ।

ମାର୍କ କାଟିବା, ଫେଲ୍‌ କରିବାକୁ ଧମକ
ଛାତ୍ରଛାତ୍ରୀଙ୍କ ରାସ୍ତାରୋକ ପରେ କାର୍ଯ୍ୟାନୁଷ୍ଠାନ

ହେଲେ ଜଣେ ଛାତ୍ରୀ ସାହସ କରି ଅଧ୍ୟାପକଙ୍କ ବାର୍ତ୍ତାଳାପର ରେକଡିଂ କରିଥିଲେ। ଯେଉଁଥିରେ ଅଧ୍ୟାପକ ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ନେଇ ବାର୍ତ୍ତାଳାପ କରିବା ସହ ଅଶ୍ଳୀଳ ଇଂଗିତ କରିଥିଲେ। ହେଲେ ଛାତ୍ରୀ ଏସବୁ କଥା ନହେବାକୁ ବାରଣ କରିଥିଲେ। ଯାହାକୁ ନେଇ ଅଧ୍ୟାପକ ରାଗିଯାଇ ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟରେ ତାଙ୍କୁ ଧମକଚମକ ଦେଇଥିଲେ। ଛାତ୍ରୀଜଣକ ସାହସ ଜୁଟାଇ ସହପାଠୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଆଜି ସକାଳେ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କୁ ଭେଟି ଦାବି ଜଣାଇଥିଲେ। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ କ୍ୟାମ୍ପସ୍‌ରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା। ଏମିତି କି ରାସ୍ତାକୁ ଓହ୍ଲାଇ ଧାରଣାରେ ବସିଥିଲେ। ଅଧ୍ୟକ୍ଷ ବୁଝାସୁଝା କଲା ପରେ ବି ଛାତ୍ରଛାତ୍ରୀ ଧାରଣାରୁ ଉଠି ନଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଧାରଣାରେ ବସିବାରୁ ସେଠାରେ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଖବରପାଇ ପୁଲିସ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶଙ୍କ ନେତୃତ୍ବରେ ୩ଜଣିଆ ଟିମ୍‌ ସଙ୍ଗୀତ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ତୁରନ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିଲା। ଥାନାରେ ଏତଲା ପରେ ଖାରବେଳନଗର ଥାନା ପୁଲିସ ଅଧ୍ୟାପକଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe