ଧରଣୀଧର ବିଶ୍ବବିଦ୍ୟାଳୟ: ପାଣି ପାଇଁ ଧାରଣା ଦେଲେ ଅନ୍ତେବାସୀ

Advertisment
ଧରଣୀଧର ବିଶ୍ବବିଦ୍ୟାଳୟ: ପାଣି ପାଇଁ ଧାରଣା ଦେଲେ ଅନ୍ତେବାସୀ

କେନ୍ଦୁଝର: ଧରଣୀଧର ବିଶ୍ବବିଦ୍ୟାଳୟର ଅନନ୍ୟା ଛାତ୍ରୀନିବାସରେ ଉତ୍କଟ ପାଣି ସମସ୍ୟା ଦେଖାଦେଇଛି। ପ୍ରତ୍ୟେକ ବର୍ଷ ଖରାଦିନେ ଏହି ସମସ୍ୟା ହେଉଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ପ୍ରତିକାର କରୁ ନଥିବାରୁ ଅନ୍ତେବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିତ୍ୟକ୍ରମ ଓ ପିଇବା ପାଇଁ ପାଣି ମିଳୁ ନଥିବା ଅଭିଯୋଗ ହୋଇଛି।

ହଷ୍ଟେଲ ପରିସରରେ ଥିବା ଏକମାତ୍ର ବୋର୍‌ୱେଲ୍‌ ଖରାଦିନେ ଆବଶ୍ୟକ ପାଣି ଯୋଗାଇପାରୁ ନାହିଁ। ଛାତ୍ରୀନିବାସରେ ୧୨୦ରୁ ଊର୍ଦ୍ଧ୍ବ ଅନ୍ତେବାସୀ ରହୁଛନ୍ତି। ଅନ୍ତେବାସୀ ପାଣିପାଇଁ ହଇରାଣ ହେଉଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ୱାଟ୍‌କୋ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ଅନନ୍ୟା ହଷ୍ଟେଲର ଅନ୍ତେବାସୀମାନେ ଆଜି ବିଶ୍ୱବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ। ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଫାଟକ ଆଗରେ ବସି ରହି ତୁରନ୍ତ ପାଣି ସମସ୍ୟା ଦୂର କରିବାକୁ ଦାବି କରିଥିଲେ। କୁଳପତି ତଥା ସ୍ୱତନ୍ତ୍ର ଅଧିକାରୀ ପ୍ରଫେସର ଡକ୍ଟର ପ୍ରତାପ କୁମାର ମହାନ୍ତି ଓ କୁଳସଚିବ ପ୍ରଫେସର ନରେନ୍ଦ୍ର କୁମାର ସାହୁ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ୱାଟ୍‌କୋର ମହାପ୍ରବନ୍ଧକ ଇଂ ନାରଦ ରଥଙ୍କ ସହ ଆଲୋଚନା କରି ତୁରନ୍ତ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦିଆଯିବ। ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନ୍ତେବାସୀମାନେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe