ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲ ଆଗରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ଧାରଣା

Advertisment

କମ୍ପରା ବିଦ୍ୟାଳୟରୁ ଚାଉଳ ଚୋରି ଘଟଣା

କମ୍ପରା ବିଦ୍ୟାଳୟରୁ ଚାଉଳ ଚୋରି ଘଟଣା

ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲ ଆଗରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ଧାରଣା

public.app

ସାହାଜପାଲ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା କମ୍ପରା ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଚୋରି ଘଟଣାର ଅଭିଯୁକ୍ତକୁ ଗିରଫ ଦାବି କରି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଆଜି ଧାରଣା ଦେଇଥିଲେ। ସୂଚନାନୁସାରେ ଗତ ରବିବାର ରାତିରେ ବିଦ୍ୟାଳୟରୁ ୪୫୦ କେଜି ଚାଉଳ ଚୋରି ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ସୋମବାର ଥାନାରେ ଅଭିଯୋଗ କରିଥିଲେ। ସେହିପରି ମଙ୍ଗଳବାର ଗ୍ରାମବାସୀ ଏକ ବୈଠକ କରି ଅଭିଯୁକ୍ତକୁ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ଚୋରି ଚାଉଳ କିଣିଥିବା ଦୋକାନୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅଭିଯୁକ୍ତ ବାହାରେ ବୁଲୁଥିଲେ ମଧ୍ୟ ପୁଲିସ ଗିରଫ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ପ୍ରତିବାଦରେ ଆଜି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ଅତିରିକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ କମଳକାନ୍ତ ବେହେରା ଓ ସିଆର୍‌ସିସି ରାଜକୁମାର ପ୍ରଧାନ ଧାରଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ମାତ୍ର ବାଉଁଶୁଣି ଥାନା ଅଧିକାରୀ ଆସିବାକୁ ଗ୍ରାମବାସୀ ଅଡ଼ି ବସିଥିଲେ। ଅପରାହ୍ଣ ୪ଟାରେ ଥାନା ଅଧିକାରୀ ସସ୍ମିତା ମଗର ଧାରଣାସ୍ଥଳରେ ପହଞ୍ଚି ଚୋରକୁ ୨ ଦିନ ଭିତରେ ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe