କେନ୍ଦ୍ରୀୟ ବିଦ୍ୟାଳୟରେ ୯୭ରୁ ୫୧ ପିଲା ଫେଲ୍‌, ଅଧ୍ୟକ୍ଷଙ୍କ ବିରୋଧରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

Advertisment
କେନ୍ଦ୍ରୀୟ ବିଦ୍ୟାଳୟରେ ୯୭ରୁ ୫୧ ପିଲା ଫେଲ୍‌, ଅଧ୍ୟକ୍ଷଙ୍କ ବିରୋଧରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଢେଙ୍କାନାଳ: କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀ ଓ ପିଲାମାନେ ହଇରାଣ ହେଉଛନ୍ତି। ୯୭ରୁ ୫୧ ଜଣ ପିଲାଙ୍କୁ ଜାଣିଶୁଣି ଫେଲ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ପ୍ରତିବାଦ କରି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବନମାଳୀ ପ୍ରସାଦ ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

ଏକାଦଶ ଶ୍ରେଣୀର ୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୧ ଜଣଙ୍କୁ ବାର୍ଷିକ ପରୀକ୍ଷାରେ ଅଧ୍ୟକ୍ଷ ଜାଣିଶୁଣି ଫେଲ୍ କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅଧ୍ୟକ୍ଷଙ୍କୁ ପଚାରିବାକୁ ସେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦୁର୍ବ୍ୟବହାରକ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସ୍କୁଲରେ ସ୍ଥାୟୀ ଶିକ୍ଷକ ନାହାନ୍ତି। ତରବରିଆ ଭାବେ କୋର୍ସ ସାରିଦିଆଯାଉଥିବା ମଧ୍ୟ କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସମସ୍ତ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପାସ କରିବାକୁ ସେମାନେ ଦାବି କରିଛନ୍ତି। ତେବେ ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe