ନୂଆ-ଓ ଛାତ୍ରବୃତ୍ତି ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆବେଦନ

Advertisment

ଆବେଦନ କରିନପାରିବାରୁ ଛାତ୍ରୀଙ୍କ ଅସଂତୋଷ

ଆବେଦନ କରିନପାରିବାରୁ ଛାତ୍ରୀଙ୍କ ଅସଂତୋଷ

ନୂଆ-ଓ ଛାତ୍ରବୃତ୍ତି ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆବେଦନ

ରାୟଗଡ଼ା: ରାଜ୍ୟ ସରକାରଙ୍କର କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଯୋଜନା ଭେଳିକି। ନୂଆ-ଓ ଯୋଜନାରେ ସ୍କୋଲାର୍ସିପ ପାଇବା ନିମନ୍ତେ ସ୍ବଳ୍ପ ସମୟ ଧାର୍ଯ୍ୟ ଥିବାରୁ ଆବେଦନ କରିପାରିଲେନି ଶତାଧିକ ଛାତ୍ରଛାତ୍ରୀ। ଦୂରଦୂରାନ୍ତରୁ ଆସିଥିବା ପିଲା ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ଆବେଦନ ପାଇଁ ଠିଆ ହୋଇରହିଲେ। ଘରକୁ ଯିବା ନେଇ ଚିନ୍ତାରେ ରହିଥିଲେ। କିଏ ଦିନ ତମାମ ଓପାସ ତ କିଏ ପାଣି ନପାଇ ଆଉଟୁ ପାଉଟୁ ହେଉଥିଲେ।ରାୟଗଡ଼ାସ୍ଥିତ ମହିଳା ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ସୋମବାର ସଂଧ୍ୟାରେ ଦେଖିବକୁ ମିଳିଛି। ଶତାଧିକ ଛାତ୍ରୀ ରାତି ହୋଇଥିଲେ ସୁଦ୍ଧା ନୂଆ-ଓ ଯୋଜନାରେ ସ୍କୋଲାର୍ସିପ ପାଇଁ ଆବେଦନ କରିବାକୁ ଗହଳି କରିବା ସହ ଠେଲାପେଲା ହେଉଥିଲେ। କାରଣ ନୂଆଁ-ଓ ଯୋଜନାରେ ସ୍କୋଲାର୍ସିପ ବାବଦକୁ ଛାତ୍ରୀମାନଙ୍କୁ ୧୦ ହଜାର ଏବଂ ଛାତ୍ରମାନଙ୍କ ନିମନ୍ତେ ୯ ହଜାର ଟଙ୍କା ପ୍ରଦାନ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବାକୁ ପଢ଼ିବ। ଏଣୁ କଲେଜ କାଉଣ୍ଟରରେ ରାତି ୮ଟା ସମୟରେ ଲମ୍ବା ଧାଡ଼ିରେ ଛାତ୍ରୀ ଠିଆ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ଆବେଦନ କରିବାର ମଙ୍ଗଳବାର ଶେଷ ଦିନ ଜାଣିବା ପରେ ଛାତ୍ରୀଙ୍କ ଗହଳି ବଢ଼ିବାରେ ଲାଗିଥିଲା। ଶେଷ ତାରିଖ ନେଇ ଦିନ ୧୨ଟା ସମୟରେ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରା ମେସେଜ କରାଯାଇଥିଲା ଓ ଦିନ ଦୁଇଟା ବେଳେ ଫାର୍ମ ଫିଲପ୍ ଆରମ୍ଭ କରାଯାଇଥିଲା। ଫଳରେ ଅନେକ ଛାତ୍ରୀ ଫର୍ମ ପୂରଣ କରନପାରି ଖାଲି ହାତରେ ଘରକୁ ଫେରିଥିଲେ। ଛାତ୍ରୀମାନଙ୍କ ଅସନ୍ତୋଷ ବଢିଥିଲା।ଏଣୁ ଛାତ୍ରୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ଅବଧି ସମୟ ବଢେଇବା ନିମନ୍ତେ। ଏହି ଘଟଣାକୁ କଲେଜ ଅଧ୍ୟକ୍ଷା ସ୍ବୀକାର କରିବା ସହ ଅବଧି ବଢ଼ିବ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe