ଦଶମ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା‌ ପ୍ରସଙ୍ଗ: ତଦନ୍ତ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

Advertisment
୯ମ ପରୀକ୍ଷାରେ ୧୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ, ଅନୁସନ୍ଧାନ ଚାଲିଛି: ଗଣଶିକ୍ଷା ମନ୍ତ୍ରୀ

YouTube

ଭୁବନେଶ୍ବର : ଚଳିତ ଦଶମ ଶ୍ରେଣୀ (ମାଟ୍ରିକ) ପରୀକ୍ଷାରେ ୪୩,୪୮୯ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେମାନଙ୍କ ଜିଲ୍ଲାର ସ୍କୁଲୱାରି ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କ ଅନୁପସ୍ଥିତିର କାରଣ ବୁଝି ୧୦ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।

ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ତଥା ସମେଟିଭ୍ ଆସେସମେଣ୍ଟ-୨ରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଚିନ୍ତାର ବିଷୟ। ମୟୂରଭଞ୍ଜ, ଗଞ୍ଜାମ, ବଲାଙ୍ଗୀରରେ ସର୍ବାଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ଅଛନ୍ତି। ଏହି ଛାତ୍ରଛାତ୍ରୀମାନେ ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଦେଇଥିବା, ବାର୍ଷିକ ପରୀକ୍ଷା ଦେବା ପାଇଁ ନିଶ୍ଚିତ ସ୍କୁଲକୁ ଆସି ଫର୍ମ ପୂରଣ କରିଥିବେ। ହେଲେ ସେମାନେ କାହିଁକି ବାର୍ଷିକ ପରୀକ୍ଷା ଦେବାକୁ ଆସିଲେନି ତାହା ବୁଝାପଡ଼ୁନି। ଏତେ ସଂଖ୍ୟାରେ ପିଲା କାହିଁକି ଅନୁପସ୍ଥିତ ରହିଲେ ତାହା କାରଣ ଖୋଜିବା ନିତାନ୍ତ ଆବଶ୍ୟକ। ଏଥିପାଇଁ ସ୍କୁଲୱାରି ବିଶ୍ଲେଷଣ ହେବା ଦରକାର ବୋଲି ପ୍ରମୁଖ ସଚିବ ଚିଠିରେ ଲେଖିଛନ୍ତି। ସମସ୍ତ ଡିଇଓମାନେ ବିଇଓଙ୍କ ସହଯୋଗରେ ସ୍କୁଲ ପରିଦର୍ଶନ କରି ୧୦ଦିନ ମଧ୍ୟରେ ଗୁଗୁଲ୍ ଫର୍ମରେ ତଥ୍ୟ ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe