ରେଭେନ୍ସା କୁଳପତିଙ୍କୁ ସାରା ରାତି ଘେରାଉ ଘଟଣା : ୧୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନୋଟିସ୍

Advertisment

୧୧ ଜଣଙ୍କ ନାମରେ ଥାନାରେ ଏତଲା

୧୧ ଜଣଙ୍କ ନାମରେ ଥାନାରେ ଏତଲା

ରେଭେନ୍ସା କୁଳପତିଙ୍କୁ ସାରା ରାତି ଘେରାଉ ଘଟଣା : ୧୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନୋଟିସ୍

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ କୁଳପତି ଓ ଅନ୍ୟ ବରିଷ୍ଠ ପ୍ରାଧ୍ୟାପକଙ୍କୁ ରାତି ସାରା ଘେରାଉ କରି ରଖିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଯାଉଛନ୍ତି କର୍ତ୍ତୃପକ୍ଷ। ଆଜି ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟିର ଏକ ବୈଠକ ଅନୁଷ୍ଠିତ ହେବା ପରେ ୧୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୧୧ଜଣଙ୍କ ନାମରେ ମାଲଗୋଦାମ ଥାନାରେ ଏତଲା ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ସୋମବାର ଦିନ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ କର୍ତ୍ତୃପକ୍ଷ ଅପରାହ୍ନ ଦୁଇଟାରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାତ୍ର ଛାତ୍ରଛାତ୍ରୀ ଏହାକୁ ବିରୋଧ କରି କତ୍ତୃର୍ପକ୍ଷଙ୍କୁ ଅପରାହ୍ନ ୪ଟାରୁ ଘେରାଉ କରିଥିଲେ। ପ୍ରବଳ ବିରୋଧ ଯୋଗୁଁ ସଂଧ୍ୟା ୭ଟାରେ କର୍ତ୍ତୃପକ୍ଷ ନିର୍ବାଚନକୁ ବାତିଲ୍ କରିଦେଇ ଥିଲେ। ତେବେ ଛାତ୍ରଛାତ୍ରୀ ଛାତ୍ର ସଂସଦ ନିର୍ବାଚନ ଦାବିକରି କୁଳପତି ଓ ସମସ୍ତ କର୍ତ୍ତୃପକ୍ଷଙ୍କୁ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ଘେରାଉ କରି ରଖିଥିଲେ। ଏଥିରେ ବିଶ୍ବବିଦ୍ୟାଳୟ ବିଭିନ୍ନ ହଷ୍ଟେଲର ଅନ୍ତେବାସୀ ଯୋଗ ଦେଇଥିଲେ। ହ‌େଷ୍ଟଲ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଅନ୍ତେଃବାସୀ ରାତିସାରା ବାହାରେ ରହିଥିବା ବେଳେ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନିଆଯାଇଛି। ଏଥିରେ ପ୍ରାୟ ୧୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୫ ତାରିଖ ସଂଧ୍ୟା ୮ଟା ସୁଦ୍ଧା ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠନ ନିଆନଯିବ ଏହା ଉପରେ ସେମାନଙ୍କ ମତ ରଖିବାକୁ କୁହାଯାଇଛି। ସେହିପରି ଏକ ଛାତ୍ରୀ ହ‌େଷ୍ଟଲର କିଛି ଅନ୍ତେବାସୀ ଘଟଣା ରାତିରେ ହ‌େଷ୍ଟଲ ଗେଟ୍ ତାଲା ଭାଙ୍ଗି ବାହାରକୁ ଆସି ଧାରଣାରେ ସାମିଲ ହୋଇଥିବାରୁ ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଚଳିତବର୍ଷ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦାବି କରିବା ସହ କର୍ତ୍ତୃପକ୍ଷ ହ‌େଷ୍ଟଲ ଅନ୍ତେବାସୀଙ୍କୁ ବିଭିନ୍ନ ଉପାୟରେ ନିର୍ଯ୍ୟାତନ ଦେଉଥିବା ଅଭିଯୋଗ କରି ଆଜି କିଛି ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଆଗାମୀ ଦିନରେ ଛାତ୍ରଛାତ୍ରୀ କୁଳାଧିପତିଙ୍କୁ ସାକ୍ଷାତ କରିବା ସହ ଆନ୍ଦୋଳନକୁ ତୀବ୍ର କରିବାକୁ ସୂଚନା ଦେଇଛନ୍ତି। ଆବଶ୍ୟକ ପଡିଲେ ଛାତ୍ରଛାତ୍ରୀ ଆଇନର ସହାୟତା ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe