ବର୍ଷେ ହେଲା ଅଧାପନ୍ତରିଆ ସ୍କୁଲକୋଠା ନିର୍ମାଣ କାମ; ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

Advertisment

ସାଂସଦଙ୍କୁ ଅଟକାଇଲେ, ବିକ୍ଷୋଭ ପ୍ରଦର୍ଶନ କଲେ

ସାଂସଦଙ୍କୁ ଅଟକାଇଲେ, ବିକ୍ଷୋଭ ପ୍ରଦର୍ଶନ କଲେ

ବର୍ଷେ ହେଲା ଅଧାପନ୍ତରିଆ ସ୍କୁଲକୋଠା ନିର୍ମାଣ କାମ; ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ବ୍ରହ୍ମପୁରା ୟୁପି ସ୍କୁଲର ସ୍କୁଲ କୋଠା ନିର୍ମାଣ କାମ ଜାରି ରହିଛି। ଶୋଚନୀୟ ହୋଇ ପଡ଼ିଥିବା ସ୍କୁଲ କୋଠାକୁ ଭାଙ୍ଗି ସେଠାରେ ନୂଆ ଭାବେ ନିର୍ମାଣ କରାଯାଉଛି। ହେଲେ ବର୍ଷେ ହେଲା କାମ ଆଗକୁ ବଢ଼ୁନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଜି ଅସନ୍ତୁଷ୍ଟ ଅଭିଭାବକ ଛାତ୍ରଛାତ୍ରୀଙ୍କ ସହ ଏକତ୍ର ହୋଇ ସ୍କୁଲରେ ତାଲା ମାରିବା ସହ ସ୍କୁଲ ସମ୍ମୁଖ ପାଟଣାଗଡ଼–କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।

ପ୍ରକାଶ ଯେ, ବ୍ରହ୍ମପୁରା ୟୁପିସ୍କୁଲ ୧୧. ୦୯. ୧୯୬୨ରେ ପ୍ରତିଷ୍ଠା ହୋଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଅଞ୍ଚଳର ୧୦୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କ ପାଇଁ ୫ ଜଣ ଶିକ୍ଷକ ମଧ୍ୟ ଅଛନ୍ତି। ତେବେ ସ୍କୁଲ କୋଠା ଗୁଡ଼ିକ ଦୁର୍ବଳ ହୋଇପଡ଼ିଥିବାରୁ ୨ ବର୍ଷ ପୂର୍ବେ ଭାଙ୍ଗି ଦିଆଯାଇଥିଲା। ବର୍ତ୍ତମାନ ୮ଟି ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ିବା ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ୩ଟି ଶ୍ରେଣୀର ପିଲା ଅଫିସ ଗୃହରେ ପାଠ ପଢ଼ୁଥିବା ବେଳେ ଅନ୍ୟ ଛୋଟ ଛୋଟ ଦୁଇଟି କୋଠରିରେ ଅବଶିଷ୍ଟ ଶ୍ରେଣୀର ପିଲା ପାଠ ପଢୁଛନ୍ତି। ତେବେ ସ୍କୁଲ କୋଠା ନିର୍ମାଣ କାମରେ ବହୁ ବିଳମ୍ବ ଦେଖାଦେଉଥିବାରୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆଜି ସ୍କୁଲରେ ତାଲା ପକାଇବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ସାଂସଦ ସଙ୍ଗୀତା ସିଂଦେଓ କଣ୍ଟାବାଞ୍ଜି ଯାଉଥିବା ସମୟରେ ତାଙ୍କୁ ମଧ୍ୟ ଅଟକା ଯାଇଥିଲା। ବହୁ ସମୟ ପରେ ସହକାରୀ ଜିଲ୍ଲାପାଳ ତଥା ପୁଲିସ କର୍ମଚାରୀ ପହଞ୍ଚି ବହୁ ବୁଝାସୁଝା କରିଥିଲେ ମଧ୍ୟ ଅଭିଭାବକମାନେ କିଛି ବୁଝିନଥିଲେ। ପରେ ୨ ମାସ ଭିତରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲା।

publive-image

ଅନୁଦାନ ନଥାଇ ସବୁ କୋଠରି ଭାଙ୍ଗିଲେ କାହିଁକି-ସଙ୍ଗୀତା
ସାଂସଦ ସଙ୍ଗୀତା ସିଂଦେଓଙ୍କୁ ଦୀର୍ଘ ସମୟ ଧରି ଆନ୍ଦୋଳନକାରୀ ଅଟକ ରଖିଥିଲେ। ଏହା ପରେ ସାଂସଦ ଗାଡ଼ିରୁ ଓହ୍ଲାଇ ଆଲୋଚନା କରିଥିଲେ। ତେବେ ସାଂସଦ ଶ୍ରୀମତୀ ସିଂଦେଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ୨ ବର୍ଷ ହେଲା ଶ୍ରେଣୀ କୋଠରିକୁ ଭାଙ୍ଗି କାହିଁକି ନିର୍ମାଣ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏଥିସହ ପାଣ୍ଠି ନଥାଇ କାହିଁକି କୋଠରି ଭାଙ୍ଗୁଛନ୍ତି, ଯଦ୍ବାରା ଛୋଟଛୋଟ ଛୁଆ ଅସୁବିଧା ଭୋଗୁଛନ୍ତି। ସହରାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଏମିତି, ଆଉ ଗ୍ରାମାଞ୍ଚଳର କଥା ନ କହିବା ଭଲ ବୋଲି କହି ଏହା ଆମ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିର ବିକଳ ଚିତ୍ର ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe