ଅନ୍‌ଲାଇନ୍ ପାଠପଢ଼ା ପାଇଁ ପାହାଡ଼ ଚଢୁଛନ୍ତି ଛାତ୍ରଛାତ୍ରୀ : ଗାଁ ଲୋକଙ୍କଠୁ ମୋବାଇଲ ମାଗି ନେଇଛନ୍ତି, ପାହାଡ଼ ଉପରେ କୁଡ଼ିଆ କରି ପଢ଼ୁଛନ୍ତି

Advertisment
ଅନ୍‌ଲାଇନ୍ ପାଠପଢ଼ା ପାଇଁ ପାହାଡ଼ ଚଢୁଛନ୍ତି ଛାତ୍ରଛାତ୍ରୀ : ଗାଁ ଲୋକଙ୍କଠୁ ମୋବାଇଲ ମାଗି ନେଇଛନ୍ତି, ପାହାଡ଼ ଉପରେ କୁଡ଼ିଆ କରି ପଢ଼ୁଛନ୍ତି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଇ-ସୁବିଦ୍ୟା କାର୍ଯ୍ୟକ୍ରମ ଏକ ପ୍ରକାର ବିଫଳ ହୋଇଛି। ଜିଲ୍ଲାର ସମସ୍ତ ଅଞ୍ଚଳରେ ମୋବାଇଲ ନେଟଵର୍କ ନାହିଁ। ଫଳରେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଛାତ୍ରଛାତ୍ରୀ ପାଠପଢ଼ାରେ ବହୁ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ଖଇରପୁଟ ବ୍ଲକ ବଣ୍ଡାଘାଟିରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌‌ରେ ପାଠ ପଢ଼ିବା ପାଇଁ ତିନି କିଲୋମିଟର ପାହାଡ଼ ଚଢ଼ି ନେଟଵର୍କ ଖୋଜି ବୁଲୁଥିବା ଦେଖିବାକୁ ମିଳିଛି।

ଘାଟିରେ ଦୁଇଟି ପଞ୍ଚାୟତ ରହିଛି। ଏଠାରେ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରିଆସୁଛନ୍ତି। ଏମାନଙ୍କ ପିଲାଙ୍କ ପାଇଁ ସ୍କୁଲ ରହିଛି ସତ, ହେଲେ ସେସବୁ ନାମକୁ ମାତ୍ର। କେଉଁଠି ସ୍କୁଲ ଖୋଲୁନି ତ ଆଉ କେଉଁଠି ଶିକ୍ଷକଙ୍କ ଅଭାବ ରହିଛି। ଏବେ କରୋନା ମହାମାରୀ ସମୟରେ ସ୍କୁଲ କଲେଜ ବନ୍ଦ ରହିଥିବାବେଳେ ଅନଲାଇନରେ ପାଠ ପଢ଼ାଯାଉଛି। ହେଲେ ଘାଟିରେ ନେଟଵର୍କ ସୁବିଧା ନ ଥିବାରୁ ପିଲାମାନେ ଇ-ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। କିଛି ପିଲା ଦୁଇରୁ ତିନି କିଲୋମିଟର ପାହାଡ଼ ଚଢ଼ି ସେଠାରେ ଏକ କୁଡ଼ିଆ କରି ପାଠ ପଢୁଥିବା ଦେଖିବାକୁ ମିଳିଛି। ବର୍ଷା ଲାଗି ରହିଥିଲେ ମଧ୍ୟ ତାକୁ ଖାତିର ନକରି ପିଲାମାନେ ପାଠ ପଢୁଥିଲେ। ସବୁ ପିଲାଙ୍କ ପାଖରେ ମୋବାଇଲ ନ ଥିବାରୁ କିଛି ପିଲା ଗାଁଲୋକଙ୍କଠାରୁ ମୋବାଇଲ ନେଇ ପଢୁଥିବା କହିଥିଲେ। ପିଲାମାନଙ୍କୁ ପଚାରିବାରୁ ଗାଁରେ ନେଟଵର୍କ ରହୁ ନ ଥିବାରୁ ସେମାନେ ପ୍ରତିଦିନ ଏଠାକୁ ଅନଲାଇନରେ ପାଠ ପଢ଼ିବାକୁ ଆସୁଥିବା କହିଥିଲେ। ଶିକ୍ଷକ ମଧ୍ୟ ସେମାନଙ୍କୁ ଅଲାଇନରେ ନିୟମିତ ପାଠ ପଢ଼ାଉଛନ୍ତି। ବଣ୍ଡାଘାଟିର ପିଲାଙ୍କ ପାଠ ପଢ଼ିବା ଆଗ୍ରହ ଦେଖି ସେମାନେ ନିଶ୍ଚୟ ସେମାନଙ୍କ ଲକ୍ଷ୍ୟରେ ସଫଳ ହେବେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe