ସାର ଆପଣଙ୍କ ବିନା ଆମେ ଅଧୁରା: ଶିକ୍ଷକଙ୍କ ଅବସରକୁ ନେଇ କାନ୍ଦିଲେ ଛାତ୍ରଛାତ୍ରୀ

Advertisment
ସାର ଆପଣଙ୍କ ବିନା ଆମେ ଅଧୁରା: ଶିକ୍ଷକଙ୍କ ଅବସରକୁ ନେଇ କାନ୍ଦିଲେ ଛାତ୍ରଛାତ୍ରୀ

ଏରସମା: କିଛି ଦିନର ଅପେକ୍ଷା, ସରିଯିବ ଚାକିରି ଜୀବନ | ସରକାରୀ କାଗଜ କଲମରେ ଆଉ ଆସିବେନି ସ୍କୁଲ, କହିବେନି ଜୀବନ ଦର୍ଶନର କଥା | ଠିକ ସେଥିପାଇଁ ତ ନିଜ ପ୍ରିୟ ଶିକ୍ଷକଙ୍କ ଅବସର ସମୟ ପାଖେଇ ଆସୁଥିବା ଜାଣି ଏବେ କାନ୍ଦୁଛନ୍ତି ଛାତ୍ରଛାତ୍ରୀ | ଗୋଟିଏ ସ୍କୁଲରେ ଚାକିରି ଆରମ୍ଭ ଆଉ ସେହି ସ୍କୁଲରେ ହିଁ ସରୁଛି ଚାକିରି ଜୀବନ । ଦୀର୍ଘ ୩୪ ବର୍ଷ ଧରି ସ୍କୁଲକୁ ନିଜ ଘର ପରି ଗଢି ତୋଳିଥିବା ଶିକ୍ଷକ ହେଉଛନ୍ତି ପାରାଦୀପ ଏରସମା ବ୍ଲକ ଶାରଳା ବିଦ୍ୟାପୀଠର ବିଜୟ କେତନ ପରିଡା । ଚାକିରି ଜୀବନ ଭିତରେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିତୋଳିଛନ୍ତି । ଆଉ ଯାହା ପାଇଁ ସ୍ଥାନୀୟ ଅଞ୍ଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚୟ ବନାଇ ପାରିଛନ୍ତି ବିଜୟ ସାର । ପାଖେଇ ଆସୁଛି ଅବସରର ସମୟ । ତଥାପି ଛାତ୍ରଛାତ୍ରୀ କି ସ୍କୁଲରୁ ତୁଟୁନି ମୋହ ।

publive-image

୨୬ ବର୍ଷ ବୟସରେ ଏହି ସ୍କୁଲରୁ ହିଁ ନିଜ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଆଉ ଏବେ ୩୪ ବର୍ଷ ପରେ ଏହି ସ୍କୁଲରୁ ହିଁ ଅବସର ନେବାକୁ ଯାଉଛନ୍ତି । ହେଲେ ଛାତ୍ରଛାତ୍ରୀଙ୍କ ଭଲପାଇବା ଆଉ ସ୍କୁଲ ପ୍ରତି ଥିବା ନିଜର ମୋହ ପାଇଁ କାନ୍ଦି ପକାଉଛନ୍ତି ବିଜୟ ସାର ।ବିଜୟ ସାରଙ୍କ ପାଠ ପଢାଇବାର ଶୈଳୀ, ଛାତ୍ର ବତ୍ସଳ ସ୍ୱଭାବ ତାଙ୍କୁ ସ୍ଥାନୀୟ ଅଂଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ କରାଇପାରିଛି । ନିଜ ଘର ଭଳି ଶାରଳା ବିଦ୍ୟାପୀଠର ସମସ୍ତ ଦାୟିତ୍ୱ ସୂଚାରୁରୂପେ ତୁଲାଇଥାନ୍ତି । ଏଥିପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଗହଣରେ ଆଦୃତି ଲାଭ କରପାରିଛନ୍ତି ବିଜୟ ସାର ।

publive-image

ଶିକ୍ଷକତା ପାଇଁ ଦୁର୍ବଳତା ଥିବାରୁ +୨ ପାଠପଢା ପରେ ୧୯୮୬ ମସିହାରୁ ଶିକ୍ଷକତା ଆରମ୍ଭ କରିଥିଲେ । ପ୍ରଥମେ ୫ବର୍ଷ ଅବୈତନିକ ଭାବେ କାମ କରିଥିଲେ । ପରେ +୩ ପାଠପଢା ସହ ବିଏଡରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକତା ଜାରି ରଖିଥିଲେ । ୩୪ ବର୍ଷ ମଧ୍ୟରେ ୨, ୩ ଥର ବଦଳି ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଚାପ ଓ ନିଜ ଜିଦ୍ ଯୋଗୁ ବଦଳି ଆଦେଶକୁ ଜିଲ୍ଲା ପ୍ରଶାସନ ପ୍ରତ୍ୟାହାର କରିଛନ୍ତି । ବିଜୟ ସାରଙ୍କ ଭଳି ବ୍ୟକ୍ତିତ୍ୱ ଆଜିର ସମାଜରେ ଖୁବ କମ୍ ହିଁ ଦେଖିବାକୁ ମିଳିଥାନ୍ତି । ଯେଉଁମାନେ ନିଜ ଜୀବନକୁ ବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ଶିକ୍ଷକତାରେ ନିୟୋଜିତ କରିଥାନ୍ତି । ସେଥିପାଇଁ ତ ଛାତ୍ରଛାତ୍ରୀଙ୍କ ଲୁହରେ ଭିଜିଛି ସ୍କୁଲ ବାରଣ୍ଡା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe