ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ୧୦ଟି ଶ୍ରେଣୀର ୩୦୫ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ୫ ଜଣ ଶିକ୍ଷକ

Advertisment
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ୧୦ଟି ଶ୍ରେଣୀର ୩୦୫ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ୫ ଜଣ ଶିକ୍ଷକ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୋରାଖୁଣ୍ଟା ପଞ୍ଚାୟତର କୁଷୁବାଡା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକ, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୩୦୫ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ମାତ୍ର ୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି। ତେବେ ଶିକ୍ଷାଦାନରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।

ଏନେଇ ବାରମ୍ବାର ଗ୍ରାମବାସୀ ସମେତ ଅଭିଭାବକମାନେ ଶିକ୍ଷା ବିଭାଗ ଏବଂ ପ୍ରଶାସନ ନିକଟରେ ବାରମ୍ବାର ଫେରାଦ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ।ବାଧ୍ୟ ହୋଇ ଗ୍ରାମବାସୀ ସମେତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ। ଦୁର୍ଗମ ଅଂଚଳର ଏକ ଭଲ ସ୍କୁଲ ହୋଇଥିବା ବେଳେ ଏହାକୁ ଶିକ୍ଷା ବିଭାଗ ତରଫରୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଇଥିଲା। ଏବେ ଏହି ବିଦ୍ୟାଳୟରେ ୫ ଜଣ ବଦଳରେ ୬ ଜଣ ଶିକ୍ଷକ ହେଲେ ବୋଲି କୁହାଯାଇଛି।

publive-image

ଏନେଇ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନାଙ୍କୁ ପଚାରିବାରୁ ସ୍କୁଲରେ କୌଣସି ସମସ୍ୟା ନଥିବା କହିବା ସହ ତୁରନ୍ତ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଏହି ବିଦ୍ୟାଳୟର ଅନ୍ୟ ସମସ୍ୟା ଏବଂ ଶିକ୍ଷକ ସମସ୍ୟାକୁ ମଧ୍ୟ ଦୂର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe