ଗୁଣିଆ ଭୟରେ ସ୍କୁଲ ଗଲେନି ଛାତ୍ରଛାତ୍ରୀ: ଶ୍ମଶାନରେ ଛାତ୍ର ଅର୍ଦ୍ଧନଗ୍ନ ହୋଇ ଗଡ଼ୁଥିବା ଭିଡିଓ ଭାଇରାଲ୍‌

Advertisment

ଗୁଣି ସନ୍ଦେହରେ ଜଣକୁ ନିସ୍ତୁକ ଛେଚିଲେ ଗାଁ’ଲୋକେ

ଗୁଣି ସନ୍ଦେହରେ ଜଣକୁ ନିସ୍ତୁକ ଛେଚିଲେ ଗାଁ’ଲୋକେ

ତନ୍ତ୍ର ସାଧନା ସନ୍ଦେହ: ୬ ମାସ ତଳର ବୃଦ୍ଧାଙ୍କ ଶବ  କାଢ଼ି ପୂଜା

photo-amarujala

ଖୋର୍ଦ୍ଧା: ଚନ୍ଦ୍ରର ଦକ୍ଷିଣ ମେରୁରେ ବିଶ୍ବରେ ପ୍ରଥମ ଥର ପାଇଁ ଭାରତର ଉପଗ୍ରହ ପହଞ୍ଚିଛି। ସୂର୍ଯ୍ୟଙ୍କ ସମ୍ପର୍କରେ ଗବେଷଣା କରିବାକୁ ଆଦିତ୍ୟ ଉପଗ୍ରହ ପଠାଯାଇଛି। ବର୍ଷ ତମାମ ସ୍କୁଲରେ ବିଜ୍ଞାନ କର୍ମଶାଳା, ନାଟକ, ପ୍ରଦର୍ଶନୀ, ଆଲୋଚନା ହେଉଛି। ଏହାସତ୍ତ୍ବେ ଗୁଣିଆ ଓ ଭୁତପ୍ରେତ ଭୟରେ ଆଜି ଖୋର୍ଦ୍ଧା ବ୍ଲକ୍‌ ଦଧିମାଛଗାଡ଼ିଆ ଉଚ୍ଚ ବିଦ୍ୟାଳୟକୁ କୌଣସି ଛାତ୍ରଛାତ୍ରୀ ଯାଇନାହାନ୍ତି। ଗତ କିଛି ଦିନ ଧରି ଦଧିମାଛଗାଡ଼ିଆରେ ଶ୍ମଶାନରେ ଗାଁ’ର ଜନୈକ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ନେଇ ପ୍ରଚାର ହୋଇଥିଲା। ଏହାପରେ ଅନତୀ ଦୂରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ୩-୪ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବିଚିତ୍ର ବ୍ୟବହାର କରିଥିଲେ। ଗତକାଲି ରାତିରେ ଜଣେ ୯ମ ଶ୍ରେଣୀ ଛାତ୍ର ଘରେ ଶୋଇଥିବା ସମୟରେ ହଠାତ୍‌ ଶ୍ମଶାନକୁ ଦୌଡ଼ି ପଳାଇଥିଲା। ଏହା ଦେଖି ଘର ଲୋକ ତା ପଛରେ ଶ୍ମଶାନ ନିକଟରେ ପହଞ୍ଚିଥିଲେ। ସେଠାରେ ଅର୍ଦ୍ଧଚେତନ ଅବସ୍ଥାରେ ଛାତ୍ରଜଣକ ମାଟିରେ ଗଡ଼ୁଥିବା ଦେଖି ବଳିପାଇଁ ଆଣିଥିବା ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ବାଡ଼େଇଥିଲେ। ଏହି ଭିଡ଼ିଓଟି ବର୍ତ୍ତମାନ ଖୋର୍ଦ୍ଧାର ବିଭିନ୍ନ ୱାଟସଅପ୍‌ ଗ୍ରୁପ୍‌ରେ ଘୂରିବୁଲୁଛି।

ଗତକାଲିର ଘଟଣା ପରେ ଆଜି ଦଧିମାଛଗାଡ଼ିଆ ଉଚ୍ଚ ବିଦ୍ୟାଳୟ ଖୋଲାଯାଇଥିଲେ ମଧ୍ୟ କୌଣସି ଛାତ୍ରଛାତ୍ରୀଙ୍କୁ ତାଙ୍କ ପିତାମାତା ଓ ଅଭିଭାବକ ଭୟରେ ପଠାଇନାହାନ୍ତି। ଏନେଇ ଛୁଟିରେ ଥିବା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି ଶନିବାର ପର୍ଯ୍ୟନ୍ତ ତାଙ୍କ ବିଦ୍ୟାଳୟରେ କୌଣସି ବିଦ୍ୟାର୍ଥୀ ଅସୁସ୍ଥ ହୋଇନାହାନ୍ତି। ସେ ଛୁଟିରେ ଅଛନ୍ତି, ଆଜିର ଘଟଣା କ’ଣ ଜାଣନ୍ତି ନାହିଁ। ତବେ ଆଜି ବିଦ୍ୟାଳୟ ଖୋଲାଯାଇଥିଲେ ମଧ୍ୟ କେହି ବିଦ୍ୟାଳୟକୁ ଆସିନଥିବା ସେ ସୂଚନା ପାଇଛନ୍ତି। କ’ଣ ପାଇଁ ଆସିନାହାନ୍ତି ସେ କଥା ସେ ଜାଣନ୍ତି ନାହିଁ। ଅପରପକ୍ଷରେ, ଗତକାଲି ଗୁଣି ସନ୍ଦେହରେ ମାଡ଼ପିଟ ଘଟଣାରେ ଆଜି ସକାଳେ ସଦର ଥାନା ପୁଲିସରେ ମୌଖିକ ଅଭିଯୋଗ ହୋଇଥିଲା। ଏନେଇ ଥାନାର ଭାରପ୍ରାପ୍ତ ଅଧିକାରୀ କାହ୍ନୁଚରଣ ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗୁଣି ସନ୍ଦେହରେ ଜଣକୁ ମାଡ଼ ହୋଇଥିବା ନେଇ ତାଙ୍କୁ ମୌଖିକ ଭାବେ ଫୋନ୍‌ରେ ଅଭିଯୋଗ ହୋଇଥିଲା। ଏନେଇ ବର୍ତ୍ତମାନ ସୁଦ୍ଧା କେହି ଲିଖିତ ଅଭିଯୋଗ ଦେଇନାହାନ୍ତି, ତଥାପି ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିଫେରିଛି ଓ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଏନେଇ କେତେକ ଗାଁଲୋକଙ୍କୁ ସମ୍ବାଦ ପକ୍ଷରୁ ଯୋ‌ଗାଯୋଗ କରାଯାଇଥିଲେ ମଧ୍ୟ କେହି ପ୍ରତିକ୍ରିୟା ଦେବାକୁ ମଙ୍ଗିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe