ଛାତ୍ରଛାତ୍ରୀଙ୍କ ପରୀକ୍ଷା ଘୁଞ୍ଚାଇବା ଆନ୍ଦୋଳନ ପ୍ରତ୍ୟାହୃତ

Advertisment
ଛାତ୍ରଛାତ୍ରୀଙ୍କ ପରୀକ୍ଷା ଘୁଞ୍ଚାଇବା ଆନ୍ଦୋଳନ  ପ୍ରତ୍ୟାହୃତ

khariarautocollege.in

ନୂଆପଡ଼ା: ଜାନୁଆରି ୧୫ ତାରିଖରୁ ଯୁକ୍ତ ୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପଞ୍ଚମ ସେମିଷ୍ଟର ପରୀକ୍ଷା ହେବ। କୋର୍ସ ସମ୍ପୂର୍ଣ୍ଣ ଶେଷ ହୋଇନଥିବାରୁ ପରୀକ୍ଷାକୁ ଖଡ଼ିଆଳ ସ୍ବୟଂଶାସିତ କଲେଜ ଛାତ୍ରଛାତ୍ରୀ ବିରୋଧ କରି ଶୁକ୍ରବାର କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ।

କଲେଜ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ଏକ ୭ ଜଣିଆ ପ୍ରତିନିଧି ଦଳ ପଠାଇ ଥିଲେ। ଯେଉଁ ପାଠ ପଢ଼ାଯାଇ ନାହିଁ, ସେହି ପ୍ରଶ୍ନ ଆସିଲେ ବିଚାରକୁ ନିଆଯାଇ ପ୍ରଶ୍ନ ବଦଳାଇ ଦିଆଯିବ କିଂବା ଗ୍ରେସ୍‌ ‌ମାର୍କ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏହାପରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରୁ ଓହରିଥିଲେ। ପରୀକ୍ଷା ଯେଉଁ ସମୟରେ ନିର୍ଧାରଣ ହୋଇଛି ସେହି ସମୟରେ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ସୂଚନା ଦେବା ସହ କୋର୍ସ ପ୍ରାୟ ସରିଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe