ବିଷାକ୍ତ ମଞ୍ଜି ଖାଇ ୨୪ ଛାତ୍ରଛାତ୍ରୀ ଅସୁସ୍ଥ

Advertisment
ବିଷାକ୍ତ ମଞ୍ଜି ଖାଇ ୨୪ ଛାତ୍ରଛାତ୍ରୀ ଅସୁସ୍ଥ

ରା.ଉଦୟଗିରି : କାଙ୍ଗୁ ମଞ୍ଜି ଖାଇ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକର ଟବାରସି˚ ପଞ୍ଚାୟତ କମଳାଢିହ ପ୍ରାଥମିକ ବିଦ୍ୟାଳୟର ୨୪ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧୢରୁ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ କାଙ୍ଗୁ ଏକ ବିଷାକ୍ତ ମଞ୍ଜି!

ସୂଚନା ମୁତାବକ, ସ୍କୁଲ୍‌ରୁ ଫେରିବା ପରେ ଆଜି ସଂଧ୍ୟାରେ ପିଲାମାନେ ବାନ୍ତି କରିବା ଆରମ୍ଭ କରିଥିଲେ। ଅଭିଭାବକମାନେ ବ୍ୟସ୍ତବିବ୍ରତ ହୋଇ ୭ କିଲୋମିଟର ଦୂର ରାମଗିରି ମେଡ଼ିକାଲ୍‌କୁ ଆଣିଥିଲେ। ସେମାନଙ୍କ ମଧୢରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ଚିକିତ୍ସ‌ା ପରେ ୨୦ ଜଣଙ୍କୁ ଘରକୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe