ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ସାମିଲ ହେବେ ଝାରବନ୍ଧର ଛାତ୍ର

Advertisment
ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ସାମିଲ ହେବେ ଝାରବନ୍ଧର ଛାତ୍ର

ଝାରବନ୍ଧ : ଆସନ୍ତା ୨୦୨୩ ଦିଲ୍ଲୀ ସାଧାରଣତନ୍ତ୍ର ପ୍ୟାରେଡ୍ ପାଇଁ ସ୍ଥାନୀୟ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ଛାତ୍ର ଖଗେଶ୍ବର ବିଶ୍ବାଳ ମନୋନୀତ ହୋଇଛନ୍ତି। ମହାବିଦ୍ୟାଳୟ ଏନ୍ଏସ୍‌ଏସ୍‌ ୟୁନିଟ୍ ପକ୍ଷରୁ ରାଜନୀତି ବିଜ୍ଞାନ ବିଭାଗ ଦ୍ବିିତୀୟ ସେମିଷ୍ଟର ଛାତ୍ର ଖଗେଶ୍ବର ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଥମେ ମନୋନୀତ ହୋଇଥିଲେ। ଏବେ ଓଡ଼ିଶାରୁ ପ୍ରତିନିଧିତ୍ବ କରି ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ ସାଧାରଣତନ୍ତ୍ର ଦିବସରେ ଏନ୍ଏସ୍‌ଏସ୍‌ ବାହିନୀର ପ୍ୟାରେଡ୍‌ରେ ଭାଗନେବେ। ଝାରବନ୍ଧ ବ୍ଲକ୍‌ ଅନ୍ତର୍ଗତ ସୂର୍ଯ୍ୟମଣିପୁର ଗ୍ରାମର ଭୋଜରାଜ ବିଶ୍ବାଳ ଓ ଶୁଭକାନ୍ତି ବିଶ୍ବାଳଙ୍କ ସେ ସୁପୁତ୍ର ଅଟନ୍ତି।

ପ୍ରତ୍ୟେକ ବର୍ଷ ଓଡ଼ିଶାରୁ କେବଳ ୮ ଜଣ ସେଥିପାଇଁ ମନୋନୀତ ହୋଇଥାନ୍ତି। ଚଳିତ ବର୍ଷ ଖଗେଶ୍ବର ମନୋନୀତ ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା, ଏନ୍ଏସ୍‌ଏସ୍‌ ୟୁନିଟ୍ ପ୍ରୋଗ୍ରାମ ଅଫିସର ରୀତାଞ୍ଜଳି ଗୁରୁ, ଅଧ୍ୟାପକ ଡ. ରଶ୍ମିରଞ୍ଜନ ମହାନ୍ତି, ଯାଜ୍ଞସେନୀ ନାୟକ, ସାର୍ତ୍ତିକ ସାହୁ, ନବୀନ ମେହେର, ଗଗନ ବିହାରୀ ଡନସନା, ଡ. ଖ୍ୟାତିମୟ ତ୍ରିପାଠୀ, ରଶ୍ମି ମହାଲିଙ୍ଗ, ତାପସ ରଂଜନ ସାହୁ, ମୀନପ୍ରଭା ପ୍ରଧାନ, ଡଲଫିନ ସୁନା, ଅଶୋକ ହାତୀ, ବଂଶୀଧର ସେଠୀ, ବଲ୍ଲଭ ମିର୍ଦ୍ଧା, ଅଞ୍ଜନ ବରିହା, ପ୍ରକାଶ ପ୍ରଧାନ, ଋକ୍ମଣୀ ସାହୁ, ଦୁର୍ଯ୍ୟୋଧନ ପାଣ୍ଡେ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ପ୍ରକାଶଥାଉକି, ଆଗରୁ ମଧ୍ୟ ଝାରବନ୍ଧ ମହାବିଦ୍ୟାଳୟର ୨ ଜଣ ଛାତ୍ର ଦିଲ୍ଲୀ ସାଧାରଣତନ୍ତ୍ର ପ୍ୟାରେଡ୍‌ରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe