କଳାହାଣ୍ଡି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପର୍ବତା​ରୋହଣ

କଳାହାଣ୍ଡି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପର୍ବତା​ରୋହଣ

ଭବାନୀପାଟଣା: ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବରେ ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗବେଷଣା ନିମନ୍ତେ ହିମାଳୟ ପର୍ବତାରୋହଣ ଅଭିଯାନ ନିମନ୍ତେ ଯାତ୍ରା ଆରମ୍ଭ କରିଛନ୍ତି। କୁଳପତି ପ୍ର. ସଂଜୟ ଶତପଥୀଙ୍କ ମାର୍ଗର୍ଦଶନରେ ଏହି ଗବଷେଣାତ୍ମକ ହିମାଳୟ ପର୍ବତାରୋହଣ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ନାମ ‘ଗୁଡ଼ହାଣ୍ଡି ଟିମ୍‌ ଅଫ୍‌ ମାଉଣ୍ଟନର୍ସ କଳାହାଣ୍ଡି ବିଶ୍ବବିଦ୍ୟାଳୟ’ ରଖାଯାଇଛି। କଳାହାଣ୍ଡିର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ପର୍ବତାରୋହୀ ଯୋଗବ୍ୟାସ ଭୋଇ ନୂଆଦିଲ୍ଲୀସ୍ଥିତ ଭାରତୀୟ ପର୍ବତାରୋହଣ ସଂସ୍ଥାନକୁ ଜଣାଇଥିଲେ। ଏହି ସଂସ୍ଥାନ ପକ୍ଷରୁ ଅଭିଯାନ ନାମକୁ ସ୍ବୀକୃତି ଦେବା ସହ ଅନୁମତି ପ୍ରଦାନ କରିଛି। କଳାହାଣ୍ଡି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମାଉଣ୍ଟ ରୁଦୁଗରୋ ୫,୮୧୯ ମିଟର/୧୯,୧୦୦ ଫୁଟ୍‌ ଅଭିଯାନରେ ଯିବେ। ଏହି  ଅଭିଯାନ ପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟର ନୂଆପଡା ଓ କଳାହାଣ୍ଡିର ସମସ୍ତ ଡିଗ୍ରି କଲଜେର ଛାତ୍ରମାନେ ତ୍ରିସ୍ତରୀୟ ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ। ପର୍ବତାରୋହୀ ଶ୍ରୀ ଭୋଇ, ରୋମାଞ୍ଚଳ ଭୋଇ ଏବଂ କଳାହାଣ୍ଡି ବିଶ୍ବବିଦ୍ୟାଳୟର କ୍ରୀଡା ପରିଷଦ ନିର୍ଦ୍ଦେଶକ ଡ. ଘନଶ୍ୟାମ ବେହେରା ୧୦ ଜଣ ଦୁଃସାହସିକ ଛାତ୍ରଙ୍କୁ ଚୟନ କରିଥିଲେ। ଏଥିରେ ଦିନେଶ ବାରିକ, ଆୟୁଷ ପାତ୍ର, ଧନନଞ୍ଜୟ ଖାଡିଆ, ଦୀପକ କରୁଆଁ, ଜିତେନ ସାହୁ, ଆର୍ତ୍ତତ୍ରାଣ ମିଶ୍ର, ରମେଶ ଜାଲ, ସ୍ମୃତିରଞ୍ଜନ ମାଝୀ, ଆଦିତ୍ୟ ପ୍ରତାପ ନାୟକ ଏବଂ ଅଭିମନ୍ୟୁ ଧଙ୍ଗଡାମାଝୀ ମନୋନୀତ ହୋଇଥିଲେ।

ଏହି ଅଭିଯାନରେ ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟ ପକ୍ଷରୁ କ୍ରୀଡା ପରିଷଦ ନିର୍ଦେଶକ ଡ. ଘନଶ୍ୟାମ ବେହେରା, ନାଭାଲ ଏନ୍‌ସିସିର ଅଧିକାରୀ ଡ. ନଳୀନିକାନ୍ତ ରଣା ଓ ଏନ୍‌ଏସ୍‌ଏସ୍‌ ଅଧିକାରୀ ଡ. ପ୍ରିୟ ରଞ୍ଜନ ବେହେରା ସାମିଲ ହୋଇଛନ୍ତି। ବିଶ୍ବବିଦ୍ୟାଳୟର କୁଳପତି ପ୍ର. ସଂଜୟ ଶତପଥୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ମହାରାଜ ଅନନ୍ତ ପ୍ରତାପ ସିଂଦେଓ, କଳାହାଣ୍ଡି ଏସପି  ଅଭିଳାଷ ଜି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।  ଭବାନୀପାଟଣାସ୍ଥିତ ଅରୁନ୍ଧତୀଗହଣା ସୋ’ରୁମର ପରିଚାଳନା ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ମଧ୍ୟ ଅଭିଯାନ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ଦୀର୍ଘ ୨୦ ଦିନ ଧରି ଏହି ଅଭିଯାନ ଚାଲିବ। ଗତ ୧୫ତାରିଖରେ  ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ଙ୍କ ପୂଜାର୍ଚ୍ଚନା ପରେ ଏହି ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ବେଳେ କଳାହାଣ୍ଡିର ମାଟି, ହାବସପୁରୀ କପଡ଼ା, ମା’ ମାଣିକେଶ୍ୱରୀଙ୍କ ଆଜ୍ଞାମାଳ, କଳାହାଣ୍ଡିର ଘୁମୁରା ନେଇ ଉତ୍ତରାଖଣ୍ଡ ହିମାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe