ବଦଳି ଶିକ୍ଷକଙ୍କୁ ଫେରାଇ ଆଣିବାକୁ ସ୍କୁଲରେ ତାଲା ଠୁଙ୍କିଲେ ଛାତ୍ରଛାତ୍ରୀ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଲଦି ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ବଦଳି ହୋଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ଦାବି କରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି...

Students lock down school to bring back replacement teacher

Students lock down school to bring back replacement teacher

ମୈଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଲଦି ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ବଦଳି ହୋଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ  ଦାବି କରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୪ ଟା ସମୟ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡ଼ିଥିଲା। ସ୍କୁଲ ବାହାରେ ରହି  ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲା ପଡ଼ି ରହିବ ବୋଲି ସେମାନେ କହିଛନ୍ତି । ଏଥିରେ  ଅଭିବାବକ ଓ ଗ୍ରାମବାସୀମାନେ ସାମିଲ ଥିଲେ ।  

ବିଦ୍ୟାଳୟରେ ୧୫୬ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଅଷ୍ଟମ ଯାଏଁ ପାଠ ପଢ଼ୁଥିବା ବେଳେ ଯୀଶୁ ହରିଜନ ନାମକ ଶିକ୍ଷକଙ୍କ ବଦଳି ହୋଇଛି । ଶିକ୍ଷକଙ୍କ ବଦଳି ବାତିଲ ପାଇଁ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ଦେଇଥିବାବେଳେ ଅଭିବାବକମାନେ ସମସ୍ତେ ମିଶି ଦାବି ଜଣାଇଛନ୍ତି । ବିଦ୍ୟାଳୟର ବଦଳି ହୋଇଥିବା ଶିକ୍ଷକ ପୁନର୍ବାର ଏହି ବିଦ୍ୟାଳୟକୁ ଆସିବାକୁ ଦାବି ହୋଇଛି ।

ପ୍ରଶାସନ ଯେତେ ଦିନ ପର୍ଯ୍ୟନ୍ତ ଏହି ଶିକ୍ଷକଙ୍କୁ ନ ଦିଅନ୍ତି ସେତେ ଦିନ ପର୍ଯ୍ୟନ୍ତ ତାଲା ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିବାବକ । ଧାରଣାରେ ପାଠପଢା ବନ୍ଦ ହେବା ସହ ପିଲାମାନେ ନଖାଇ ନପିଇ ସ୍କୁଲ ବାହାରେ ରହିଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉକି, ଶିକ୍ଷକଙ୍କୁ ଫେରାଇ ଆଣିବାକୁ ବିଭାଗକୁ ମଧ୍ୟ ଲିଖିତ ଭାବେ ଜଣାଇଥିବା ଗ୍ରାମବାସୀ କହିଛନ୍ତି ।

ଏବିଷୟ ନେଇ ପାପଡାହାଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାସଙ୍କୁ ଯୋଗାଯୋଗ କରିବାରୁ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ଆକାଶ ବିଷୋୟୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe